କନକ ବ୍ୟୁରୋ: ଅପହରଣ ପରେ ଠିକା କମ୍ପାନିରେ ନିୟୋଜିତ ଯନ୍ତ୍ରୀଙ୍କୁ ହତ୍ୟାକଲେ ମାଓବାଦୀ । ମାଲକାନଗିରି ସୀମା ଛତିଶଗଡର ବିଜାପୁରରୁ ଯନ୍ତ୍ରୀ ଟିି. କାସୁଲଙ୍କୁ ଅପହରଣ କରିନେଇଥିଲେ ନକ୍ସଲ । ଅତି ବିଭତ୍ସ ଭାବେ ତାଙ୍କୁ ହତ୍ୟା କରିବା ସହ ମୁହଁକୁ ସଂପୂର୍ଣ୍ଣ ବିକୃତ କରିଦିଆଯାଇଛି ।
ଛତିଶଗଡ ସୁକାମ ଜିଲ୍ଲା ଧରମପେଂଟାରୁ ମାଓବାଦୀମାନେ ତାଙ୍କୁ ଗତ ଶନିବାର ଅପହରଣ କରିନେଇଥିଲେ । ବିଜାପୁର ଜାଙ୍ଗଲାରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଂଚିଥିବାବେଳେ ଏହାକୁ ବିରୋଧ କରି ଲାଲବାହିନୀ ଘଟାଇଥିଲା ହିଂସାକାଣ୍ଡ । ଏଠାରେ ରାସ୍ତା କାମ କରୁଥିବା ଏକ ଠିକା କମ୍ପାନିର ଟ୍ରକ ଜାଳିଦେବା ସହ ଯନ୍ତ୍ରୀ ଟି, କାସୁଲଙ୍କୁ ଅପହରଣ କରିନେଇଥିଲେ ସଶସ୍ତ୍ର ମାଓବାଦୀ । ଏଥିସହ ସୁକମାରେ ଏକ ସିଆରପିଏଫ କ୍ୟାମ୍ପକୁ ବିସ୍ଫୋରଣରେ ଉଡାଇ ଦେଇଥିଲେ ।
ହେଲେ କିଛିଦିନ ଆଗରୁ ସେହି କ୍ୟାମ୍ପକୁ ଖାଲି କରାଯାଇଥିବାରୁ କୌଣସି ଧନଜୀବନ ହାନୀ ହୋଇନଥିଲା । ତେବେ ଆଜି କିସ୍ତରାମ ନିକଟରୁ ଅପହୃତ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ମୁହଁ ଓ ମୁଣ୍ଡକୁ ପଥରରେ ଛେଚି ଅତି ବିଭତ୍ସ ଭାବେ ହତ୍ୟା କରିଛନ୍ତି ମାଓବାଦୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/Screen-shot-2018-04-17-at-11.23.39-AM.png)
/kanak/media/post_attachments/wp-content/uploads/2018/03/maoists-1474004312-300x169.jpg)
/kanak/media/post_attachments/wp-content/uploads/2018/04/Screen-shot-2018-04-17-at-11.23.57-AM-300x205.png)