କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ସ୍ୱାଭିମାନ ଅଂଚଳରେ ମାଲକାନଗିରି ପୁଲିସକୁ ବଡ ସଫଳତା ମିଳିଛି । ମାଟିତଳୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରିଛି ପୁଲିସ । ୫ଟି ବନ୍ଧୁକ, ୨ଟି ବୋମା ସହ ବିପୁଳ ପରିମାଣର ଗୁଳି ଗୋଳା ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଯନ୍ତ୍ରୀ ପଂଚାୟତ ଅନ୍ତର୍ଗତ ନାଡମଂଜରି ଜଙ୍ଗଲରୁ ଜବତ କରାଯାଇଛି । ବିଏସଏଫ, ଡିଭିଏଫ ଓ ଏସଓଜି ଯବାନଙ୍କ ମିଳିତ କୁମ୍ବିଂ ବେଳେ ଜବତ କରାଯାଇଛି । ଆସନ୍ତା ୨୪ ତାରିଖରେ ସ୍ୱାଭିମାନ ଅଂଚଳରେ ନିର୍ବାଚନ ଲାଗି ପୁଲିସ ପକ୍ଷରୁ ଜୋରଦାର କରାଯାଇଛି ଅପରେସନ ।
ନିର୍ବାଚନ ପୂର୍ବରୁ ସ୍ୱାଭିମାନ ଅଂଚଳରୁ ମାଓ ସାମଗ୍ରୀ ଜବତ : ମାଟି ତଳୁ ମିଳିଲା ବିପୁଳ ପରିମାଣର ଗୁଳିଗୁଳା ଓ ବିସ୍ଫୋରକ
/kanak/media/post_attachments/wp-content/uploads/2022/02/41-9.jpg)