କନକ ବ୍ୟୁରୋ: ଲାଲଗଡରେ ଗୋଲାପି ମୋଡ । ବିବାହ ବନ୍ଧନରେ ବାନ୍ଧି ହେଲେ ପୁଲିସ ପାଖରେ ଆତ୍ମସମର୍ପଣ କରିଥିବା ମାଓବାଦୀ । ଆଉ ମାଓବାଦୀଙ୍କ ବାହାଘରେ ବରଯାତ୍ରୀ ସାଜିଲେ ଏସପି । ମାଲକାନଗିରି ସୀମାନ୍ତବର୍ତୀ ଛତିଶଗଡର ଦାନ୍ତେୱାଡା ଜିଲ୍ଲାରୁ ଆସିଛି ଏଭଳି ଚିତ୍ର ।
ମାଓ ସଙ୍ଗଠନର କଠୋର ନୀତିକୁ ପଛରେ ପକାଇ ବିବାହ ବନ୍ଧନରେ ବାନ୍ଧି ହେଲେ ମାଓବାଦୀ । ଗୋଟିଏ ନୁହଁ କି ଦୁଇଟି ନୁହଁ । ୧୪ଟି ମାଓ ପ୍ରେମୀ ଯୁଗଳଙ୍କ ବାହାଘର କରାଇଛି ଛତିଶଗଡ ଦାନ୍ତେଓାଡା ପୁଲିସ । ୧୪ ତାରିଖ, ଭାଲେଟାଂଇନ୍ ଡେରେ ଏପରି ଏକ ଗଣ ବାହାଘରର ଆୟୋଜନ କରାଯାଇଥିଲା । ଏଥିରେ ବରଯାତ୍ରୀ ହୋଇ ଯୋଗ ଦେଇ ଥିଲେ ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲଭ, ଅନ୍ୟ ପୁଲିସ କର୍ମଚାରୀ ଓ ପ୍ରଶାସନିକ ବିଭାଗର ତମାମ ବଡ ବଡ ଅଧିକାରୀମାନେ ।
ଏହି ୧୪ ମାଓ ପ୍ରେମୀ ଯୁଗଳଙ୍କ ମଧ୍ୟ ରେ ଏମିତି ଅନେକ ବର କନ୍ୟା ରହିଛନ୍ତି, ଯେଉଁମାନେ ସଙ୍ଗଠନରେ ଥାଇ ପରସ୍ପରକୁ ଭଲ ପାଉଥିଲେ । କିନ୍ତୁ ସଙ୍ଗଠନର କଟକଣା ଯୋଗୁ ବାହା ହୋଇପାରୁନଥିଲେ । ତେବେ ଛତିଶଗଡ ସରକାରଙ୍କ ଘର ବାହୁଡା ଯୋଜନାରେ ସାମିଲ ହୋଇ ମାଓବାଦୀମାନେ ଆତ୍ମସମର୍ପଣ କରୁଥିବା ବେଳେ ସେମାନଙ୍କୁ ଥଇଥାନ କରୁଛନ୍ତି ସରକାର । ଆଉ ଯେଉଁମାନେ ବାହା ହେବାକୁ ଚାହୁଁଛନ୍ତି ସେମାନଙ୍କର ବାହାଘର ବି କରାଉଛି ପୁଲିସ । ଆଗକୁ ଏପରି ଆୟୋଜନ ଯୋଗୁଁ ଜଙ୍ଗଲରେ ଥିବା ମାଓବାଦୀମାନେ ସମାଜର ମୁଖ୍ୟ ଧାରାକୁ ଫେରିବେ ବୋଲି ଆଶା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/52-1.jpg)