କନକ ବ୍ୟୁରୋ: ଛତିଶଗଡ଼ରେ ପୁଣି ଲାଲ ଆତଙ୍କ । ବିଜାପୁରରେ ବିଜେପି ନେତାଙ୍କୁୁ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିବା ବେଳେ ତୋୟନାର ଅଞ୍ଚଳରେ ବିଜେପି ନେତା ତଥା ଜିଲ୍ଲା ପରିଷଦ ସଦସ୍ୟ ତିରୁପତି କଟଲାଙ୍କୁ ଅଟକାଇଥିଲେ ମାଓବାଦୀ । ପରେ ଟାଙ୍ଗିଆ ଓ ଧାରୁଆ ଅସ୍ତ୍ରରେ ତାଙ୍କୁ ହାଣି ହତ୍ୟା କରାଯାଇଛି । ଏହି ବର୍ବରକାଣ୍ଡ ପରେ ଛତିଶଗଡ଼ରେ ପୁଣି ମାଓବାଦୀଙ୍କୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ । ହତ୍ୟାକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ତଦନ୍ତ କରୁଛି ପୋଲିସ ।