କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାରେ ପୁଣି ମାଓ ତାଣ୍ଡବ । ପୁଣି ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ପଡିଆ ଥାନା ବାପନପଲ୍ଲୀ ଗାଁର ଇର୍ମା କସ୍ୱାସୀଙ୍କୁ ଗଳା କାଟି ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଇର୍ମାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଗତକାଲି ବିଳମ୍ବିତ ରାତିରେ ୧୦ରୁ ୧୫ ମାଓବାଦୀ ଗାଁକୁ ଆସି ଏହି କାଣ୍ଡ ଭିଆଇ ଥିବା ସୂଚନା ମିଳିଛି ।
ମାଲକାନଗିରି ଜିଲ୍ଲାରେ ମାଓ ତାଣ୍ଡବ ! ପୁଲିସ ଇନଫର୍ମର ସନ୍ଦେହରେ ପୁଣି ଜଣଙ୍କୁ ଗଳା କାଟି କଲେ ହତ୍ୟା
/kanak/media/post_attachments/wp-content/uploads/2017/10/vlcsnap-2017-10-05-16h14m37s908.png)