କନକ ବ୍ୟୁରୋ : ମାଲକାନଗିରି ସୀମାରେ ମାଓବାଦୀଙ୍କ ବର୍ବର କାଣ୍ଡ । ଛତିଶଗଡ ସୁକୁମା କୋଣ୍ଟା ଥାନା ସାକଲେର ଗାଁରୁ ୪ ଯୁବକଙ୍କୁ ଅପହରଣ କରିନେଇଛନ୍ତି ମାଓବାଦୀ । ଜଣେ ଯୁବକଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡ ଦିଆଯାଇଛି । ୨୦ ବର୍ଷୀୟ ମାଡବି ରାଜା ରାଓଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ମାଓବାଦୀ ।
ସେହିଭଳି ଅପହରଣ ହୋଇଥିବା ଅନ୍ୟ ୩ ଜଣଙ୍କୁ ମଧ୍ୟ ନିସ୍ତୁକ ମାଡ଼ ମରାଯାଇଛି । ଜୁଲାଇ ୮ ତାରିଖରେ ୪ ଜଣ ଯୁବକଙ୍କୁ ଗାଁରୁ ଟେକି ନେଇ ଥିଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ସେମାନଙ୍କୁ ଅପହରଣ କରି ନିଆଯାଇଥିବା କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/naxalism-2-_710x400xt_0.jpg)