ରକ୍ତମୁଖା ଲାଲବାହିନୀ । ଘରୁ ଡାକି ନେଇ ୨ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ ।

134

କନକ ବ୍ୟୁରୋ : ଘରୁ ଡାକି ନେଇ ମାରିଦେଲେ ମାଓବାଦୀ । କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ ଉନ୍ମତ କାଣ୍ଡ । ପୁଲିସ ଇନଫର୍ମର ସନ୍ଦେହରେ ୨ ଯୁବକଙ୍କ ହାତଗୋଡ଼ ବାନ୍ଧି ନିର୍ମମ ଭାବେ କଲେ ହତ୍ୟା କଲେ ମାଓବାଦୀ । କନ୍ଧମାଳ ଜିଲ୍ଲା ବାଲିଗୁଡା ଅନ୍ତର୍ଗତ ବେଲଘର ଥାନା ଅଧିନସ୍ଥ ଭଣ୍ଡରଙ୍ଗି ପଂଚାୟତରେ ଲାଲବାହିନୀ ରକ୍ତମୁଖା ହୋଇଛି ।

ଗତକାଲି ରାତିରେ ୨୦ରୁ ୩୦ ସଶସ୍ତ୍ର ମାଓବାଦୀ ଗାଁରେ ପଶିଥିଲେ । ପ୍ରଥମେ ସରପଞ୍ଚ ଦୌପଦୀ ପାତ୍ରଙ୍କ ପୁଅ ହେମନ୍ତ ପାତ୍ର ପଂଚାୟତ କାର୍ଯ୍ୟାଳୟରେ ଶୋଇଥିବା ବେଳେ ତାଙ୍କ ହାତ ଗୋଡ଼ ବାନ୍ଧି ଗଳା କାଟି ଅତି ନିର୍ମମ ହତ୍ୟା କରିଥିଲେ । ପରେ ଗୋଛପଡ଼ା ଗାଁକୁ ଯାଇ ହେମନ୍ତଙ୍କୁ ଘରୁ ଟାଣି ଆଣି ଗୁଳି ହତ୍ୟା କରିଥିଲେ ମାଓବାଦୀ । ୨ ଜଣଙ୍କୁ ହତ୍ୟା କରିବା ସହ ଘଟଣା ସ୍ଥଳରେ ପୋଷ୍ଟର ଛାଡ଼ି ଯାଇଛନ୍ତି ମାଓବାଦୀ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି ।