କନକ ବ୍ୟୁରୋ: ମାଲକାନଗିରି ସୀମାରେ ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଇନଫରମର ସନ୍ଦେହରେ ୨ ଗ୍ରାମବାସୀଙ୍କୁ ହତ୍ୟା । ମୃତକ ଦୁଇ ଜଣ ହେଲେ ସୋଡି ହୁଙ୍ଗା ଓ ମାଡବି ନନ୍ଦା । ଛତିଶଗଡ ସୁକୁମା ଜିଲ୍ଲା ଦୁଲେଡ ଗାଁରେ ମାଓବାଦୀ ଘଟାଇଛନ୍ତି ଏହି ହତ୍ୟାକାଣ୍ଡ । ହତ୍ୟା ପାଇଁ ମାଓବାଦୀଙ୍କ ପାମେଡ ଏରିଆ କମିଟି ନିଜକୁ ଦାୟୀ କରିଥିବା ଜଣାପଡିଛି ।