କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ସୀମାନ୍ତରେ ମାଓବାଦୀ- ଯବାନ ଗୁଳିବିନିମୟ । ଛତ୍ରଭଙ୍ଗ ଦେଲେ ମାଓଗୋଷ୍ଠୀ ।

149

କନକ ବ୍ୟୁରୋ: ବୌଦ୍ଧ ନଳୀକୁମ୍ପା ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ୱଂସ କଲେ ଏସଓଜି ଯବାନ । ଲ୍ୟାଣ୍ଡମାଇନ ଓ ଗୋଟିଏ ରାଇଫଲ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ମନମୁଣ୍ଡା ଥାନା ନଳୀକୁମ୍ପା ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ନେଇ ଏସଓଜି ଯବାନ କୁମ୍ବିଂ ଅପରେସନ୍ କରିଥିଲେ । ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଦୁଇଘଂଟା ଧରି ଗୁଳିବିନିମୟ ହୋଇଥିଲା । ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ଏସଓଜି ଯବାନ ।