କନକ ବ୍ୟୁରୋ: ମାଓ ସଙ୍ଗଠନକୁ ଦୋହଲାଇ ଦେଇଛି କୋରୋନା । ଅତ୍ୟାଧୁନିକ ଅସ୍ତ୍ର ଧରି ଘଞ୍ଚ ଜଙ୍ଗଲରେ ସୁରକ୍ଷା କର୍ମୀ ଙ୍କୁ ଚ୍ୟାଲେଞ୍ଜ ଦେଉଥିବା ଲାଲବାହିନୀ ଏବେ ଭୁତାଣୁ ଆଗରେ ମୁଣ୍ଡ ନୁଆଇଛି । ଏପରି କି ଟପ ମାଓନେତା ହିଡମା ଏବେ କରୋନା ଆକ୍ରାନ୍ତ ଥିବା ଗୋଇନ୍ଦା ତଥ୍ୟ ମିଳିଛି । ଜଙ୍ଗଲରେ ଥିବା ହିଡମାକୁ ଏବେ ଔଷଧର ଆବଶ୍ୟକତା ଥିବାବେଳେ ଆତ୍ମସମର୍ପଣ କରିବାକୁ ଅପିଲ କରିଛି ବିଜାପୁର ପୁଲିସ । ହିଡମା ଆତ୍ମସମର୍ପଣ କଲେ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ବିଜାପୁର ପୁଲିସ କହିଛି ।
କେବଳ ହିଡମା କରୋନାରେ ଆକ୍ରାନ୍ତ ହୋଇଛନ୍ତି ତା ନୁହେଁ, ମାଓ ସଂଗଠନର ଦୁଇ ଜଣ ବରିଷ୍ଠ କ୍ୟାଡରଙ୍କ ଜୀବନ ନେଇଛି ମହାମାରୀ ଭୁତାଣୁ । ସେନଟ୍ରାଲ କମିଟି ସଦସ୍ୟ ତଥା ଛତିଶଗଡ ମାଓବାଦୀ ରାଜ୍ୟ କମିଟିର ମୁଖ୍ୟ ହରିଭୁଷଣ, ଗତ ବୁଧବାର କରୋନାରେ ପ୍ରାଣ ହରାଇ ଥିବା ଜଣାପଡିଛି । ସେହିପରି ଡିଭିନାଲ କମିଟି ସଦସ୍ୟ ଭାରତୀ ଅକ୍କା ମଧ୍ୟ କୋଭିଡରେ ପ୍ରାଣ ହରାଇ ଥିବା ସ୍ପଷ୍ଟ କରିଛି ଖୋଦ ମାଓ ସଙ୍ଗଠନ । ଏଥିସହ ମାଓ କମାଣ୍ଡର ନନ୍ଦୁ, ସୋନୁ, ଜୟମାନ, ଦେବେ, ଏବଂ ଡିଭିସି ସଦସ୍ୟ ବିନୋଦ, ରାଜେଶ, ମଧ୍ୟ ଏବେ କୋରୋନା ଆକ୍ରାନ୍ତ ଥିବା ଜଣା ପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/06/OTS-3-2.png)