କନକ ବ୍ୟୁରୋ: ଘଞ୍ଚ ଜଙ୍ଗଲରୁ ଠାବ ହେଲା ମାଓ ଡମ୍ପ । ଓଡିଶା ଛତିଶଗଡ ସୀମାବର୍ତ୍ତି ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ନେଇ କମ୍ବିଂ ଅପରେସନ କରିଥିଲା ମାଲକାନଗିରି ପୁଲିସ । କମ୍ବିଂ ବେଳେ ମାଥିଲି ଥାନା ଅନ୍ତର୍ଗତ କଟୱାପଦର ଗାଁ ଜଂଗଲରେ ମାଓବାଦୀଙ୍କ ଏକ ଡମ୍ପ ଠାବ ହୋଇଛି ।

Advertisment

ଡମ୍ପରେ ମାଓବାଦୀଙ୍କ ୨ଟି ବନ୍ଧୁକ, ୬ ଟି ଆଇଇଡି ଓ ମାଓ ସାମଗ୍ରୀ ସହ ଗୋଟିଏ ଲ୍ୟାପଟପ୍ ଜବତ କରିଛି ପୁଲିସ । ଏହି ଡମ୍ପରେ ଥିବା ଔଷଧ ସହ ବିପୁଳ ପରିମାଣର ଗର୍ଭ ନିରୋଧକ ବଟିକା ମଧ୍ୟ ଜବତ ହୋଇଛି । ତେଣୁ ମାଓ ସଙ୍ଗଠନରେ ମହିଳା କ୍ୟାଡରମାନଙ୍କ ପ୍ରତି ଯୌନ ଶୋଷଣ ଜାରି ରହିଥିବା ପୁଲିସ ଅଭିଯୋଗ ଆଣିଛି ।