ସ୍ୱାଭିମାନ ଅଞ୍ଚଳରେ ଉପସ୍ଥିତ ଜାହିର କଲେ ମାଓବାଦୀ । ବିଳମ୍ବିତ ରାତିରେ ଏସଆର କମ୍ପାନୀର କାଟିଲେ ପାଇପ

Advertisment
ସ୍ୱାଭିମାନ ଅଞ୍ଚଳରେ ଉପସ୍ଥିତ ଜାହିର କଲେ ମାଓବାଦୀ । ବିଳମ୍ବିତ ରାତିରେ ଏସଆର କମ୍ପାନୀର କାଟିଲେ ପାଇପ

କନକ ବ୍ୟୁରୋ : ଦୀର୍ଘ ଦିନର ନିରବତା ପରେ ମାଲକାନଗିରିରେ ପୁଣି ନକ୍ସଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗତକାଲି ରାତିରେ ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳରେ ଥିବା ଏସାର କମ୍ପାନୀର ପାଇପ୍ ଲାଇନ୍କୁ କାଟି ଦେଇଥିବା ସୂଚନା ମିଳିଛି। ସ୍ବାଭିମାନ ଅଞ୍ଚଳର ରାଲଗେଡା ନିକଟରେ ଥିବା ଏସଆର କମ୍ପାନୀର ପାଇପ୍ ଲାଇନ୍କୁ ନକ୍ସଲ କାଟି ଦେଇଛନ୍ତି। ମାଲକାନଗିରିରେ ନକ୍ସଲ ଦୀର୍ଘ ଦିନ ଧରି କୌଣସି ଅଘଟଣ ଘଟାଇନଥିଲେ। ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଏଭଳି ଅଘଟଣ ଘଟାଇ ନିଜର ଉପସ୍ଥିତିକୁ ଜାହିର କରିଛନ୍ତି। ପୁଲିସ ଏହି ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ପୂର୍ବରୁ ମଧ୍ୟ ନକ୍ସଲ ଅନେକ ଥର ଏସଆର କମ୍ପାନୀର ପାଇପ୍ ଲାଇନକୁ କାଟି ଦେଇଥିବା ନଜର ରହିଛି।

publive-imageତେବେ ମିଳିଥିବା ସୂଚନା ଅନୁସାରେ, ମାଓବାଦୀ ବାରମ୍ବାର ଏପରି ଭାବରେ ପାଇପ କାଟୁଛନ୍ତି । ପୂର୍ବରୁ ନକ୍ସଲଙ୍କ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା । କେବଳ ପାଇପଲାଇନ କାଟିବା ଘଟଣାରେ ନୁହେଁ ବରଂ ଅନେକ ସମୟରେ ଲାଲବାହିନୀ ନିଜର ଜାହିର ଉପସ୍ଥାପନ କରିବା ପାଇଁ ଗୋଟିଏ ପରେ ଗୋଟିଏ କାଣ୍ଡ କରୁଛନ୍ତି । ମାଓବାଦୀଙ୍କ ଗତିବିଧି ଉପରେ ପୋଲିସ ନଜର ରଖିବା ସହ କମ୍ବିଂ ଅପରେସନ ଜୋରଦାର କରାଯିବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe