ଆତ୍ମସମର୍ପଣକାରୀ ମାଓ ଦମ୍ପତ୍ତି କରୋନା ପଜିଟିଭ୍ । ସଂକ୍ରମଣ ଭୟରେ ବିଏସଏଫ କ୍ୟାମ୍ପରେ ଆତ୍ମସମର୍ପଣ କରିଥିଲେ ମାଓ ଦମ୍ପତ୍ତି ଅର୍ଜୁନ ଓ ପତ୍ନୀ ଲକ୍ଷ୍ମୀ ।

133

କନକ ବ୍ୟୁରୋ : ଆତ୍ମସମର୍ପଣକାରୀ ମାଓ ଦମ୍ପତି କରୋନା ପଜିଟିଭ । ଛତିଶଗଡ କାଂକେର ଜିଲ୍ଲାରେ ମାଓ ଦମ୍ପତି କରୋନା ଭୟରେ ଆତ୍ମସମର୍ପଣ କରିଥିଲେ । ଗତକାଲି କାଂକେର ଜିଲ୍ଲା କୋୟାବାଡି ଥାନା ଅନ୍ତର୍ଗତ କାମତେଡା ବିଏସଏଫ କ୍ୟାମ୍ପରେ ମାଓନେତା ଅର୍ଜୁନ ତାତି ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ଆତ୍ମସମର୍ପଣ କରିଥିଲେ । କରୋନାର ଲକ୍ଷଣ ଥିବା ଯୋଗୁଁ ଏମାନେ ଆତ୍ମସମର୍ପଣ କରିଥିଲେ ।

ତେବେ ସେମାନଙ୍କ କରୋନା ପରୀକ୍ଷା କରାଯାଇଥିବା ବେଳେ ସେମାନେ ସଂକ୍ରମିତ ଥିବା ଜଣାପଡିଛି । ଗତ କିଛି ଦିନ ଧରି ମାଓବାଦୀଙ୍କୁ କରୋନା ନେଇ ଚର୍ଚ୍ଚା ହେଉଥିଲା । ଅନେକ ମାଓବାଦୀ କରୋନା ଓ ଫୁଡ ପଏଜନ ଯୋଗୁଁ ପ୍ରାଣ ହରାଇବା ସହ ଅନେକ ଆକ୍ରାନ୍ତ ଥିବା ଜଣାପଡିବା ପରେ ଆତ୍ମସମର୍ପଣ କରି ଚିକିତ୍ସା ସୁବିଧା ପାଇବା ପାଇଁ ପୁଲିସ ଆହ୍ୱାନ ଦେଇଥିଲା । ଏହି କ୍ରମରେ ମାଓ ଦମ୍ପତି ଆତ୍ମସମର୍ପଣ କରିଥିଲେ । ଏମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଛି । ସୁସ୍ଥ ହେବା ପରେ ଏମାନଙ୍କ ଆତ୍ମସମର୍ପଣ ପ୍ରକ୍ରିୟା କରାଯିବ ବୋଲି ବସ୍ତର ଆଇଜି ସୁନ୍ଦରରାଜ ପି. ସୁଚନା ଦେଇଛନ୍ତି ।

Comments are closed.