କଳାହାଣ୍ଡି ଗୁଣ୍ଡୁରି ସଂରକ୍ଷିତ ଜଙ୍ଗଲରେ ମାଓ ଶିବିର ଠାବ  । ସୁରକ୍ଷା ବାହିନୀଙ୍କ ଚଢାଉ ପରେ ଛତ୍ରଭଙ୍ଗ ଦେଲେ ମାଓବାଦୀ  । କ୍ୟାମ୍ପରୁ ବିପୁଳ ବିସ୍ଫୋରକ ଜବତ  ।

75

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଗୁଣ୍ଡୁରି ସଂରକ୍ଷିତ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ଗତ ୧୪ ତାରିଖରେ ସଦର ଥାନା ଅନ୍ତର୍ଗତ ମନସ୍କା ଗାଁ ନିକଟରେ ଥିବା ଗୁଣ୍ଡୁରି ସଂରକ୍ଷିତ ଜଙ୍ଗଲ ଓ ଯୁଗସାଇପାଟଣାରେ ମାଓବାଦୀଙ୍କ ଗତିବିଧି ସୂଚନା ମିଳିଥିଲା । ଏହାପରେ ଏସପି, ସିଆରପିଏଫ କମାଣ୍ଡାଣ୍ଟ ପଙ୍କଜ ଚୌଧୁରୀଙ୍କ ନେତୃତ୍ୱରେ ଜଙ୍ଗଲରେ ଥିବା ମାଓବାଦୀଙ୍କ ଶିବିର ଉପରେ ଚଢାଉ କରାଯାଇଥିଲା । ପୋଲିସର ଚଢାଉ ପରେ ମାଓବାଦୀମନେ ଛତ୍ରଭଙ୍ଗ ଦେଇ ଫେରାର ହୋଇଯାଇଥିଲେ ।

ମାଓ ଶିବିରରୁ ୫୮ ରାଉଣ୍ଡ ଗୁଳି, ମାଓବାଦୀଙ୍କ ପୋଷାକ, ୧୦ଟି ଡିଟୋନେଟର, ହେଣ୍ଡଗ୍ରେନେଡ, ୫୦୦ ଗ୍ରାମ ଗନ ପାଉଡର, ଜେଲେଟିନ ଷ୍ଟିକ, ଇଲେକ୍ଟ୍ରି ତାର, କୁରାଢି ଭଳି ବହୁ ମାଓସାମଗ୍ରୀ ଜବତ ହୋଇଛି । ଏହା ସହିତ ଏକ ମାଓ ପୋଷ୍ଟର ମଧ୍ୟ ମିଳିଛି ଯେଉଁଥିରେ ଟାପରଙ୍ଗ ଜଙ୍ଗଲରେ ପୋଲିସ ଗୁଳି ମୃତ୍ୟୁ ବରଣ କରିଥିବା ତିନି ମାଓବାଦୀଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଆହ୍ୱାନ ଦିଆଯାଇଛି । ଗାଁଗୁଡିକରେ ଥିବା ପୋଲିସ ଇନଫର୍ମରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।