ବରଗଡ ଜିଲ୍ଲା ପଦମପୁରରେ କ୍ୟାଡର ମାଓବାଦୀ ମୃତ : ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ଏସଓଜି ଓ ଓଡିଶା ପୁଲିସର ମିଳିତ ଅପରେସନ; ମାରଣାସ୍ତ୍ର ସହ ଏ.କେ-୪୭ ରାଇଫଲ ଜବତ

Advertisment
ବରଗଡ ଜିଲ୍ଲା ପଦମପୁରରେ କ୍ୟାଡର ମାଓବାଦୀ ମୃତ : ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ଏସଓଜି ଓ ଓଡିଶା ପୁଲିସର ମିଳିତ ଅପରେସନ; ମାରଣାସ୍ତ୍ର ସହ ଏ.କେ-୪୭ ରାଇଫଲ ଜବତ

କନକ ବ୍ୟୁରୋ : ବରଗଡର ପଦମପୁରରେ ଏନକାଂଉଟର । ପଦମପୁରର ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ଏସଓଜି ଓ ପୁଲିସର ମିଳିତ ଅପରେସନ ବେଳେ ଏହି ଏନକାଂଉଟର ହୋଇଛି । ପୋଲିସ-ମାଓବାଦୀ ଗୁଳିବିନିମୟରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଛି ।

ଘଟଣାସ୍ଥଳରୁ ମାରଣାସ୍ତ୍ର ସହ ଏକ-୪୭ ଜବତ ହୋଇଛି ବୋଲି ଡିଜିପି ଅଭୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ତେବେ ମୃତ ମାଓବାଦୀଙ୍କ ପରିଚୟ ମିଳିପାରି ନାହିଁ । ସବୁଠାରୁ ବଡ଼ କଥା ହେଉଛି ଜଣେ ମାଓବାଦୀଙ୍କ ଏକ-୪୭ ମିଳିବା ଏକ ଚର୍ଚ୍ଚା ଲାଗି ରହିଛି । ଏବେ ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe