କନକ ବ୍ୟୁରୋ : ବରଗଡର ପଦମପୁରରେ ଏନକାଂଉଟର । ପଦମପୁରର ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ଏସଓଜି ଓ ପୁଲିସର ମିଳିତ ଅପରେସନ ବେଳେ ଏହି ଏନକାଂଉଟର ହୋଇଛି । ପୋଲିସ-ମାଓବାଦୀ ଗୁଳିବିନିମୟରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଛି ।
ଘଟଣାସ୍ଥଳରୁ ମାରଣାସ୍ତ୍ର ସହ ଏକ-୪୭ ଜବତ ହୋଇଛି ବୋଲି ଡିଜିପି ଅଭୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ତେବେ ମୃତ ମାଓବାଦୀଙ୍କ ପରିଚୟ ମିଳିପାରି ନାହିଁ । ସବୁଠାରୁ ବଡ଼ କଥା ହେଉଛି ଜଣେ ମାଓବାଦୀଙ୍କ ଏକ-୪୭ ମିଳିବା ଏକ ଚର୍ଚ୍ଚା ଲାଗି ରହିଛି । ଏବେ ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/11-10.jpg)