ସ୍ୱାଭିମାନ ଅଂଚଳରେ ମାଓବାଦୀଙ୍କ ବର୍ବରକାଣ୍ଡ : ଯୁବକଙ୍କୁ ହତ୍ୟା, ଜୋଡାମ୍ୱ ଥାନା ଅନ୍ତର୍ଗତ ଖଜୁରିଗୁଡା ଗାଁରେ ଘଟିଛି ଦୁର୍ଘଟଣା

69

କନକ ବ୍ୟୁରୋ : ସ୍ୱାଭିମାନ ଅଂଚଳରେ ମାଓବାଦୀଙ୍କ ବର୍ବର କାଣ୍ଡ । ଯୁବକଙ୍କୁ ହତ୍ୟା କଲେ ମାଓବାଦୀ । ଜୋଡାମ୍ୱ ଥାନା ଅନ୍ତର୍ଗତ ଖଜୁରିଗୁଡା ଗାଁରେ ମାଓବାଦୀ ଘଟାଇଛନ୍ତି ଏପରି ବର୍ବର କାଣ୍ଡ । ଗତକାଲି ରାତିରେ ଖଜୁରିଗୁଡା ଗାଁରେ ମାଓବାଦୀ ସଂଘବଦ୍ଧ ହୋଇ ଆକ୍ରମଣ କରି ଦାଶ ଖେମୁଣ୍ଡୁଙ୍କୁ ହତ୍ୟା କରିଛନ୍ତି । ଏହି ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।

ଗୋରାସେତୁ ଛକରେ ୭ଟି ଲ୍ୟାଣ୍ଡମାଇନ୍ସ ବିଏସଏଫ୍ ଜବତ କରି ସୁରକ୍ଷା ବାହିନୀ ଉପରେ ଆକ୍ରମଣକୁ ଟାଳି ଦେବା ପରେ ରକ୍ତମୁଖା ହୋଇଛି ଲାଲବାହିନୀ । ଏହି ଲ୍ୟାଣ୍ଡମାଇନ୍ସ ସମ୍ପର୍କରେ ପୋଲିସ ଓ ବିଏସଏଫ୍ ଯବାନଙ୍କୁ ସୂଚନା ଦେଇଥିବା ଅଭିଯୋଗରେ ଦାଶ ଖେମୁଣ୍ଡୁଙ୍କୁ ମାଓବାଦୀ ହତ୍ୟା କରିଥିବା ଜଣାପଡିଛି । ଏହି ଘଟଣା ପରେ ଖଜୁରିଗୁଡା ଗାଁରେ ଭୟର ବାତାବରଣ ଖେଳି ଯାଇଛି ।