କନକ ବ୍ୟୁରୋ : ବନ୍ଧୁକ ଛାଡି ହାତରେ କୋଡି କୋଦାଳ ଧରିଲେ ଧରିଲେ ପୂର୍ବତନ ମାଓନେତା । ଆଉ ବାଂଟୁଛନ୍ତି ସ୍ୱଚ୍ଛତାର ବାର୍ତ୍ତା । ଏହି ଦୁଇଜଣ ପୂର୍ବତନ ମାଓନେତା ହେଲେ ରାଜୁ ମାଡକାମି ଓ ରଘୁ ମାଢି । ଆତ୍ମସମର୍ପଣ କରିବା ପରେ ଉଭୟଙ୍କୁ ମାଲକାନଗିରି ପୌରପରିଷଦରେ ଥଇଥାନ କରାଯାଇଛି । ସେମାନେ ନିଜ ଇଚ୍ଛାରେ ପାର୍କକୁ ସଫା ରଖିବା କାମ କରୁଛନ୍ତି ।

Advertisment

ପଲିଥିନ୍ ଠାରୁ ଆରମ୍ଭ କରି ଅନାବନା ଘାସ ଓ ପୋଖରୀରେ ଦଳ ସଫା କରୁଛନ୍ତି । ନିୟମିତ ଭାବେ ସେମାନେ ଏହି କାମ କରୁଛନ୍ତି । ଦିନେ ଯେଉଁ ହାତରେ ବନ୍ଧୁକ ଥିଲା, ଆଜି ସେହି ହାତରେ କୋଦାଳ ଧରି ସମାଜକୁ ସ୍ୱଚ୍ଛତାର ବାର୍ତ୍ତା ଦେଉଛନ୍ତି । ଯାହା ଅନ୍ୟମାନଙ୍କ ପାଇଁ ଏକ ବଡ ଉଦାହରଣ ପାଲଟିଛି ।