କନକ ବ୍ୟୁରୋ: ଛତିଶଗଡରେ ପୁଣି ହିଂସା ଘଟାଇଛନ୍ତି ମାଓବାଦୀ । ଏଠିକାର ଭାଁସି ଜଙ୍ଗଲ ଦେଇ ଯାଇଥିବା ରେଳ ଧାରଣାକୁ ବିସ୍ଫୋରଣରେ ଉଡାଇବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି ମାଲବାହୀ ଟ୍ରେନ । ଲୁହାପଥର ବୋଝେଇ କରି ବଚେଲିରୁ ବିଶାଖାପାଟଣା ଯାଉଥିବା ଏହି ଟ୍ରେନର ୨ଟି ୱାଗନ୍ ଧାରଣାଚ୍ୟୁତ ହୋଇ କ୍ଷତିଗ୍ରସ୍ତ ହୋଇଛି । ଏହାସହ କ୍ଷତିଗ୍ରସ୍ତ ଏହି ଟ୍ରେନ୍ ଆଗରେ ମାଓବାଦୀ ପତାକା ଲଗାଇଥିବା ଦେଖିବାକୁ ମିଳିଛି ।
ଏହି ରୁଟରେ ସମସ୍ତ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ମହାରାଷ୍ଟ୍ରରେ ୨୬ ଜଣ ମାଓବାଦୀଙ୍କୁ ଏନକାଉଣ୍ଟର ଘଟଣାକୁ ନେଇ ମାଓବାଦୀ ସଂଗଠନ ଏହି ସମୟରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଭୈରମଗଡ଼ ମାଓ ସଙ୍ଗଠନ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/nn.jpg)