କନକ ବ୍ୟୁରୋ: ସାରା ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ । ସବୁଠି ଫର ଫର ହୋଇଉଡୁଛି ଲାଲତ୍ରିରଙ୍ଗା । ହେଲେ ସାଧାରଣତନ୍ତ୍ର ଦିବସରେ ଗଣତନ୍ତ୍ରକୁ ବିରୋଧ କରିଛନ୍ତି ଲାଲବାହିନୀ । ମାଓ ପୋଷ୍ଟର ଲଗାଇ ନିଜର ସ୍ଥିତି ଜାହିର କରିଛି । ରାୟଗଡା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ ନିକଟ ମାଓ ପ୍ରବଣ ଅଞ୍ଚଳ । ଏହା ନିକଟରେ ପାର୍ସୋଲି ପଞ୍ଚାୟତର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଲଗାଯାଇଛି । ଗଣତନ୍ତ୍ରକୁ ବିରୋଧ କରିବା ସହିତ ଭାରତ ଆଇନକୁ ବ୍ରିଟିଶ ଆଇନ୍ ଓ କଳା ଆଇନ୍ ବୋଲି ଉଲ୍ଲେଖ କରାଯାଇଛି । ଏହା ମାଧ୍ୟମରେ ଲୋକଙ୍କୁ ଦମନ କରାଯାଉଥିବା ଦର୍ଶାଇଛନ୍ତି ମାଓବାଦୀ ।
ଫମ୍ପା ଗଣତନ୍ତ୍ର କେବଳ କବେଳ ଧନୀକଙ୍କ ପାଇଁ ହୋଇଥିବା ବେଳେ ଗରିବଙ୍କ ପାଇଁ କିଛି ନାହିଁ । ତେଣୁ ଜାନୁଆରୀ ୨୬କୁ କଳାଦିବସ ଭାବେ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି ମାଓବାଦୀ । ଫାସୀବାଦି ଶାସନକୁ ବିରୋଧ କରନ୍ତୁ, ନିରୀହ ଡଙ୍ଗରିଆ ମାନେ ସଚେତନ ହୋଇ ନିଜର ଜଳ, ଜଙ୍ଗଲକୁ ରକ୍ଷା କରିବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/vlcsnap-2023-01-26-18h44m47s023.png)