କନକ ବ୍ୟୁରୋ: କନ୍ଧମାଳ ଜିଲ୍ଲା ଗୋଚ୍ଛପଡାରେ ଆଜି ସକାଳୁ ଓଡିଶା ପୋଲିସର ଏସଓଜି ଆରମ୍ଭ କରିଥିଲା ଏକ ବଡଧରଣର ନକ୍ସଲ ବିରୋଧୀ ଅପରେସନ୍ । ଏହି ଅପରେସନ୍ ବେଳେ ଏସଓଜି ଓ ନକ୍ସଲଙ୍କ ଭିତରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଓଡିଶା ପୋଲିସର ୨ ଜଣ ଆହାତ ହୋଇଥିଲେ । ତେବେ ତୁରନ୍ତ ସେମାନଙ୍କୁ ଏୟାରଲିପ୍ଟ କରାଯାଇଥିବାରୁ ବିଏସଏଫକୁ ଧନ୍ୟବାଦ ଦେଇଛନ୍ତି ପୋଲିସ ଡିଜି ଅଭୟ । ତାଙ୍କ କହିବାନୁସାରେ, ବିଏସଏଫର ଏକ ହେଲିକପ୍ଟର ଓଡିଶା ପୋଲିସର ଏକ ଟିମକୁ କୋରାପୁଟ ଓ ମାଲାକାନଗିରିକୁ ନେଉଥିଲା । ସେପଟେ ଆହତ ଯବାନକୁ ଉଦ୍ଧାର ପାଇଁ ଆସୁଥିବା ଭାରତୀୟ ବାୟୁସେନାର ହେଲିକପ୍ଟର ପାଗ ଭଲ ନଥିବାରୁ ମହା ସମୁଦ୍ରରୁ ଫେରିଗଲା । ହେଲେ ଅତି ଅଳ୍ପ ସମୟ ମଧ୍ୟରେ ବିଏସଏଫ ହେଲିକପ୍ଟରର ଫାଇଟର ପାଇଲଟ ପାଦଲେପଡା ହାଇସ୍କୁଲରେ ଏକ ଛୋଟିଆ ଜାଗାରେ ହେଲିକପ୍ଟରକୁ ଅବତରଣ କରାଇ ଦୁଇ ଆହତ ଯବାନଙ୍କୁ ଏୟାରଲିପ୍ଟ କରାଇଥିଲେ ।
ସେହିପରି ଏସଓଜି ଯବାନ ଆହତ ହୋଇଥିବା ଜାଣି ସିଆରପିଏଫ ମଧ୍ୟ ରି-ଇନଫୋର୍ସମେଣ୍ଟ ଟିମ ପଠାଇଥିଲା ଏବଂ ଆହାତ ୨ ଯବାନଙ୍କୁ ପ୍ରାୟ ୫ କିମି କାନ୍ଧରେ ବୋହି ଅଣାଯାଇଥିଲା । ସେହିପରି ୨୩ କିଲୋମିଟର ଗାଡିରେ ଅଣାଯିବା ପରେ ଏୟାରଲିପ୍ଟ କରାଗଲା । କଣ୍ଟାମାଳ ପିଏଚସିର ଡାକ୍ତର ମଧ୍ୟ ବିଶେଷ ସହାୟତା କରିଥିଲେ । ଟି-ସାର୍ଟ ଓ ପ୍ୟାଣ୍ଟ ପିନ୍ଧି ଯେଉଁ ଅବସ୍ଥାରେ ଥିଲେ ସାଙ୍ଗେସାଙ୍ଗେ ଆହତ ଯବାନଙ୍କ ସହ ଭୁବନେଶ୍ୱର ଆସିଥିଲେ । ସାଙ୍ଗରେ ଡାକ୍ତର ଥିବାରୁ ଏବେ ଆହତ ୨ ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କହିଛନ୍ତି ପୋଲିସ ଡିଜି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/vlcsnap-2021-07-10-16h11m59s242.png)