କନକ ବ୍ୟୁରୋ : ମାଲକାନଗିରିରେ ମାଓବାଦୀଙ୍କ ବର୍ବର କାଣ୍ଡ । ବିଚ୍ଛିନ୍ନାଚଂଳ ଚିତ୍ରକୋଣ୍ଡା ସ୍ପିଲୱେ ଲଂଚ ଘାଟିରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ପଣଷପୁଟ ଗାଁର ସମାପାଙ୍ଗି । ତେବେ ମାଓବାଦୀଙ୍କ କବଳରୁ ଅଳ୍ପକେ ବର୍ତି ଯାଇଛନ୍ତି ସମାପାଙ୍ଗିଙ୍କ ସ୍ତ୍ରୀ ।
ଘଟଣାସ୍ଥଳରେ ଏବେ ବି ମୃତଦେହ ପଡିରହିଥିବା ବେଳେ ପୋଲିସ ପହଂଚି ନାହିଁ । ପୋଲିସ ଇନଫର୍ମର ସନ୍ଦେହରେ ସମା ପାଙ୍ଗିଙ୍କୁ ଲାଲବାହିନୀ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/maoist-killed.jpg)