କିଛି ଦିନର ସ୍ଥିରତା ପରେ ପୁଣି ଅଶାନ୍ତ ମାଲକାନଗିରିର ସ୍ୱାଭିମାନ ଅଂଚଳ । ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଛକାପଂଝା । ମାଓ ଅପରେସନରେ ଓଡିଶା-ଆନ୍ଧ୍ର ପୋଲିସକୁ ସଫଳତା । ମାଓ କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ଛତ୍ରଭଙ୍ଗ ଦେଲେ ଟପ୍ ମାଓ ନେତା

56

କନକ ବ୍ୟୁରୋ : ଦିର୍ଘ ଦିନର ସ୍ଥିରତା ପରେ ଏବେ ପୁଣି ଆଶାନ୍ତ ସ୍ୱାଭିମାନ ଅଂଚଳ । ଗୋଟିଏ ପଟେ ପୁଲିସ ମାଓ ଦମନ ଅଭିଯାନକୁ ଯୋରଦାର କରିଥିବା ବେଳେ ମାଓବାଦୀ ମଧ୍ୟ ନିଜ ସ୍ଥିତି ଜାହିର କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଆଜି ପୁଣି ଏକ ମାଓ ଶିବିର ଠାବ କରି ମାଓ ବିରୋଧୀ ଆଭିମୁଖ୍ୟ କୁ ସ୍ପଷ୍ଟ କରିଛି ପୁଲିସ । ଏହାରି ଭିତରେ ସ୍ୱାଭିମାନ ଅଂଚଳବାସୀ ମାଓବାଦୀଙ୍କ ବିରୋଧ ରେ ଖୋଲା ଖୋଲି ସ୍ୱାର ଉଠାଇ ଥିବା ବେଳେ ପୁଲିସ କିମ୍ବା ସରକାରଙ୍କୁ ସହୟତା ଗ୍ରାମବାସୀଙ୍କୁ ହତ୍ୟା ହତ୍ୟା ଧମକ ଦେଇ ମାଓ ସଙ୍ଗଠନ । ଏପରି ଆଶାନ୍ତ ପିରବେଶ ମଧ୍ୟରେ ମାଓବାଦୀଙ୍କ ବିରୋଧ ରେ ଅସ୍ତ୍ର ଉଠାଇ ଥିବା ଗ୍ରାମବାସୀଙ୍କୁ ସୁରକ୍ଷା ଯୋଗାଇବା ପୁଲିସ ପାଇଁ ଏବେ ଏକ ବଡ ଚ୍ୟାଲେଂଜ ।

ଗତ ୨୦ ତାରିଖ ସ୍ୱାଭିମାନ ଅଂଚଳ ଗୁରୋସେତୁ ରାସ୍ତାରେ ୭ଟି ଲ୍ୟାଣ୍ଡମାଇନ ଉଦ୍ଧାର ପରେ ପୁଲିସ ଇନଫର୍ମର ସନେ୍ଧହରେ ଖଜୁରିଗୁଡା ଗାଁର ଯୁବକ ଦାଶ ଖେମୁଣ୍ଡୁଙ୍କ ହତ୍ୟା ପରେ ଏ ହେଉଛି ବର୍ତମାନର ସ୍ଥିତି । ମାଓବାଦୀଙ୍କ ଶକ୍ରୀୟତାକୁ ନଜରରେ ରଖି ଆନ୍ଧ୍ର୍ର-ଓଡିଶା ପୁଲିସ ଓ ବିଏସଏଫ ଯାବାନଙ୍କ ପକ୍ଷରୁ ମିଳିତ ଅପରେସନ ଯୋରଦାର ହୋଇଛି । ପାପେରମେଟଲା ଥାନା ଅନ୍ତର୍ଗତ ଗୁମାମାମୁଡି ଜଂଗଲରେ ମାଓ ଶିବିର ଚାଲିଥିବା ଖବର ପାଇ ଚାଢାଉ କରିଥିଲେ ଯବାନ । ଆଉ ଟପମାଓ ନେତା ଜଗନ, କନ୍ଧ ସୁଧିର ଓ ମାଓ ନେତ୍ରୀ ଅରୁଣା ଶିବିରରୁ ଖସି ପଳାଇ ଥିବା ବେଳେ ଘଟଣା ସ୍ଥଳରୁ ଲ୍ୟାଣ୍ଡମାଇନ, ଅଫୁଟା ଗୁଳି, ମାଓ ପୋଷାକ ସମେତ ବିପୁଳ ମାଓ ସାମଗ୍ରୀ ଜବତ କରିଛନ୍ତି ଯବାନ ।

ଜାନୁଆରି ୨୬ରେ ଜନ୍ତୁରାଇ ଗାଁରେ ଜଣେ ମାଓବାଦୀକୁ ପିଟିପିଟି ହତ୍ୟା କରିଥିଲେ ଗ୍ରାମବାସୀ । ଅକ୍ଟୋବର ୨୧ରେ ଖଜୁରିଗୁଡା ନିବାସୀ ଦାଶ ଖେମୁଣ୍ଡୁଙ୍କ ହତ୍ୟା କରିଥିଲେ ମାଓବାଦୀ । ଅକ୍ଟୋବର ୨୬ରେ ଗୁରାସେତୁ, ମକୁଡୁପାଲି, ବେଜିଂ ଅଂଚଳରେ ଚଢାଉ କରି ବନ୍ଧୁକ, କ୍ଲେମର ମାଇନ, ଗ୍ୟାସ ସିଲିଣ୍ଡର ଓ ବିସ୍ଫୋରକ ଜବତ କରିଥଲେ ଯବାନ । ଅକ୍ଟୋବର ୨୮ରେ ଗାମାମାମୁଡି ଜଂଗଲରୁ ମାଓ ସମାଗ୍ରୀ ଜବତ ଘଟଣା ମାଓ ସଂଗଠନକୁ ଶକ୍ତ ଧକ୍କା ଦେଇଛି । ଏହାସହ ହାତରେ ପାରମ୍ପାରିକ ଆସ୍ତ୍ର ଧରି ମାଓ ବିରୋଧରେ ଏକାଠି ହୋଇ ଯୋଡାମ୍ବ ପଂଚାୟତ ବାସିନ୍ଦା । ସେପଟେ ବାରମ୍ବାର ପ୍ରେସ ବିବୃତି ଜାରି କରି ପୁଲିସକୁ ସହାୟତା ନକରିବାକୁ ଚେତାବନୀ ଦେଉଛି ଲାଲାବାହିନୀ । ଏପରି ସ୍ଥିତିରେ ମାଓବାଦୀଙ୍କ ବିରୋଧରେ ହାତରେ ଅସ୍ତ୍ର ଉଠାଇ ଥିବା ଗ୍ରାମବାସୀଙ୍କୁ ସୁରକ୍ଷା ଯୋଗାଇବା ପୁଲିସ ପାଇଁ ଏକ ବଡ ଚ୍ୟାଲେଂଜ ହୋଇଛି ।