କନକ ବ୍ୟୁରୋ : ସ୍ୱାଭିମାନ ଅଂଚଳରେ ମାଓ ସଂଗଠନକୁ ପୁଣି ଲାଗିଛି ଝଟକା । ମାଟି ତଳୁ ଗଚ୍ଛିତ ମାଓ ସାମଗ୍ରୀ ଜବତ କରିଛନ୍ତି ଯବାନ । ଚିତ୍ରକୋଣ୍ଡ ବ୍ଲକ ସ୍ୱାଭିମାନ ଅଂଚଳର ଅନ୍ତର୍ଗତ ଗୁରାସେତୁ, ମୁକୁଡିପାଲି, ବେଜିଂ ଅଂଚଳ ମାଓବାଦୀମାନେ ମାଟି ତଳେ ପୋତି ରଖିଥିବା ବିସ୍ଫୋରକ ଜବତ କରିଛନ୍ତି ଯବାନ । ଗୋଟିଏ ବନ୍ଧୁକ, କ୍ଲେମର ମାଇନ୍, କୋଡେକ୍ସ ତାର ଓ ବିପୁଳ ପରିମାଣର ବିସ୍ଫୋରକ ଉଦ୍ଧାର ହୋଇଛି ।
ଗୁଇନ୍ଦା ସୂଚନା ଅନୁସାରେ ସ୍ୱାଭିମାନ ଅଂଚଳରେ ଓଡିଶା ପୁଲିସ, ଏସଓଜି ଓ ବିଏସଏଫ ଯବାନ ମାନେ ଛାନଭିନ୍ କରିଥିଲେ । ସେପଟେ ପୁଲିସକୁ ସହଯୋଗ ନକରିବା ପାଇଁ ଗ୍ରାମବାସୀଙ୍କ ଧମକ ଦେଇଛି ଲାଲ ସଂଗଠନ । ସ୍ୱାଭିମାନ ଅଂଚଳର ବିଭିନ୍ନ ସ୍ଥାନରେ ଚେତାବନୀପୂର୍ଣ୍ଣ ଚିଠି ଲଗାଇଛନ୍ତି ମାଓବାଦୀ ।
ଗୁମ୍ମା ଏରିଆ କମିଟିର ସେକ୍ରେଟାରୀ ମାଓ ନେତା ଅନିଲ ଜାରି କରିଥିବା ମାଓ ଲେଟର ସିନ୍ଧିବାଡି, ରାଦଲାବେଡ, ଜନ୍ତୁରାଇ, ଯୋଡାମ୍ବ ଅଂଚଳର ଅନେକ ସ୍ଥାନରେ ଲାଗିଛି । ଗ୍ରାମବାସୀ ପୁଲିସକୁ ସହାୟତା ନକରିବା ପାଇଁ ମାଓ ସଂଗଠନ ଧମକ ଦେଇଛି । ଯଦି କୌଣସି ଗ୍ରାମବାସୀ ପୁଲିସକୁ ସହାୟତା କରନ୍ତି ତେବେ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଧମକ ଦେଇଛି ଲାଲବାହିନୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2020/10/39-18.jpg)