ଲାଲବାହିନୀଙ୍କ ନାରକୀୟ କାଣ୍ଡ । ପୁଲିସ ଇନଫର୍ମ ସନ୍ଦେହରେ ୨ ଯୁବକଙ୍କ ହାତଗୋଡ଼ ବାନ୍ଧି ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ

55

କନକ ବ୍ୟୁରୋ: ମାଓବାଦୀଙ୍କ ଉନ୍ମତ କାଣ୍ଡ । ପୁଲିସ ଇନଫର୍ମ ସନ୍ଦେହରେ ୨ ଯୁବକଙ୍କ ହାତଗୋଡ଼ ବାନ୍ଧି ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ । କନ୍ଧମାଳ ତୁମୁଡିବନ୍ଧ ବ୍ଲକର ଭଣ୍ଡରି ପଂଚାୟତରେ ଗତକାଲି ରାତିରେ ୨୦ରୁ ୩୦ ସଶସ୍ତ୍ର ମାଓବାଦୀ ଗାଁରେ ପଶିଥିଲେ । ପ୍ରଥମେ ସରପଂଚଙ୍କ ପୁଅ ପଂଚାୟତ କାର୍ଯ୍ୟାଳୟରେ ଶୋଇଥିବା ବେଳେ ତାଙ୍କର ହାତ ଗୋଡ଼ ବାନ୍ଧି ନିର୍ମମ ହତ୍ୟା କରିଥିଲେ ।

ପରେ ଗୋଛପଡ଼ା ଗାଁକୁ ଯାଇ ହେମନ୍ତଙ୍କୁ ଘରୁ ଟାଣି ଆଣି ହତ୍ୟା କରିଥିଲେ ମାଓବାଦୀ । ୨ଜଣଙ୍କୁ ହତ୍ୟା କରିବା ସହ ଘଟଣା ସ୍ଥଳରେ ପୋଷ୍ଟର ଛାଡ଼ି ଯାଇଛନ୍ତି ମାଓବାଦୀ । ଏହି ଘଟଣା ପରେ ଅଂଚଳରେ ଭୟର ବାତାବରଣ ଖେଳି ଯାଇଛି ।