କନକ ବ୍ୟୁରୋ : ମାଲକାନଗିରିରେ ନିର୍ବାଚନ ଅଧିକାରୀଙ୍କୁ ଅପହରଣ କରିଥିଲେ ମାଓବାଦୀ । ନିର୍ବାଚନ ଅଧିକାରୀଙ୍କୁ ବିଚ୍ଛିନ୍ନାଂଚଳରେ ମାଓବାଦୀ ଅପହରଣ କରିନେଇଥିଲେ । ୫ଜଣ ସରକାରୀ କର୍ମଚାରୀଙ୍କୁ ମାଓବାଦୀ ଅପହରଣ କରିଥିବା କନକ ନ୍ୟୁଜକୁ ସୂଚନା ଦେଲେ ଅପହରଣ ହୋଇଥିବା ପ୍ରବୀଣ ସୁରିନ୍ । ଏନେଇ ସ୍ପଷ୍ଟ କରିଛନ୍ତି ଦକ୍ଷିଣାଂଚଳ ଡିଆଇଜି ଏସ୍.ସାଇନୀ ।
ଗତକାଲି ଦିନ ୯ଟାରୁ ଗୁରା ସେତୁ ନିକଟରୁ ୫ଜଣ କର୍ମଚାରୀଙ୍କୁ ମାଓବାଦୀ ଅପହରଣ କରିଥିଲେ । ପଂଚାୟତ ନିର୍ବାଚନ କାମରେ ଯାଇଥିବା ପ୍ରବୀଣ ତୁରିନ, କାମିନୀକାନ୍ତ ସିଂ, ପଦ୍ମନାଭ ବାଲା, ଏସପି ରାଜଗୁରୁ, ବାବୁଙ୍କୁ ଅପହରଣ କରିଥିଲେ ମାଓବାଦୀ ।
ଏହାସହ ଦେଖନ୍ତୁ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/2-9.jpg)