ମାଲକାନଗିରି ବିଚ୍ଛିନ୍ନାଂଚଳରେ ମାଓ ଭୟ : ଭିଟାମାଟି ଛାଡିଲେ ଆଦିବାସୀ

ମାଲକାନଗିରି ବିଚ୍ଛିନ୍ନାଂଚଳରେ ମାଓ ଭୟ : ଭିଟାମାଟି ଛାଡିଲେ ଆଦିବାସୀ

ମାଲକାନଗିରି : ପଣସପୁଟ ଏନକାଉଂଟର ପରେ ବିଚ୍ଛିନ୍ନାଂଚଳରେ ମେଳି ବାନ୍ଧୁଛନ୍ତି ମାଓବାଦୀ । ଗ୍ରାମବାସୀଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ଏମିତିକି ହତ୍ୟା ଧମକ ଦେଉଛନ୍ତି । ମାଓବାଦୀଙ୍କ ଧମକ ପରେ ଭୟରେ ଭିଟାମାଡି ଛାଡିଲେ ଗ୍ରାମବାସୀ ।

ଗାଁ ଛାଡିଛନ୍ତି ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଂଚଳ ଅଣ୍ଡରାପାଲି ଅଂଚଳ ଡାବୁଗୁଡା ଗାଁର ୫ଟି ପରିବାର । ମାଓବାଦୀଙ୍କ ଉପଦ୍ରବରେ ଅସହ୍ୟ ହୋଇ ବାପା-ଅଜା ଅମଳର ଭିଟାମାଟି ଛାଡିଛନ୍ତି ଆଦିବାସୀ ପରିବାର ।

ରାତି ଅଧିଆ ନିଜର ସବୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଧରି ଗାଁ ଛାଡି ପଳାଇ ଆସିଛନ୍ତି । ଏବେ,ଏହି ୫ ପରିବାରର ୩୦ ଜଣ ସଦସ୍ୟ କୁଡୁମୁଲୁଗୁମ୍ମାରେ ଆଶ୍ରୟ ନେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe