ଧ୍ୱସ୍ତ ହେବ ମାଓଗଡ ! ସ୍ୱାଭିମାନ ଅଂଚଳରେ ଡିଜିପି, ସୁରକ୍ଷା ବ୍ୟବସ୍ଥାର କରିବେ ଯାଂଚ: ଗୋରାସେତୁ ଅଂଚଳରେ ବାୟୁସେନା ଲଢୁଆ ବିମାନର ପଇଁତରା

122

କନକ ବ୍ୟୁରୋ: ମାଲକାନାଗିରି ଆଜି ସ୍ୱାଭିମାନ ଅଂଚଳରେ ପୁଲିସ ଡିଜି ଅଭୟ । ମାଓ ଦୁର୍ଗ ଭାବେ ପରିଚିତ ଗୋରାସେତୁ ଠାରେ ନୁତନ କରି ସ୍ଥାପନ ହୋଇ ଥିବା ବିଏସଏଫ କ୍ୟାମ୍ପ ଠାରେ ଡିଜି ହେଲିକପ୍ଟର ଯୋଗେ ଅବତରଣ କରି ସେଠାରେ ଲାଲଗଡର ସୁରକ୍ଷା ବ୍ୟବସ୍ଥା ଯାଁଚ କରିବାର କାର୍ଯ୍ୟକ୍ରମ ରହିଛି । ଡିଜିଙ୍କ ଲାଲଗଡ ଗସ୍ତ କାର୍ଯ୍ୟକ୍ରମକୁ ଆଖି ଆଗରେ ରଖି ପୁଲିସ ପକ୍ଷରୁ ଅଂଚଳରେ କୁମ୍ବିଂ ଅପରେସନ ଯୋରଦାର କରାଯାଇଛି । ଏଥି ସହ ଗୋରାସେତୁ ଅଂଚଳରେ ଯାଂଚ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ଗତକାଲି ଗୋରା ସେତୁ ଅଂଚଳରେ ବାୟୁସେନାର ଲଢୁଆ ବିମାନ ପଇଁତରା ମାରିବା ପରେ ଆଜି ଡିଜିପିଙ୍କ ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି ।

ଗୋଟିଏ ପଟେ ସ୍ୱାଭିମାନ ଅଂଚଳର ସ୍ଥିତି ସମିକ୍ଷା ପାଇଁ ପୁଲିସ ଡ଼ିଜି ପହଂଚିଛନ୍ତି । ଅନ୍ୟପଟେ ଯବାନଙ୍କୁ ମିଳିଛି ବଡ଼ ସଫଳତା । ବେଜିଙ୍ଗ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ଯବାନ । କୁମ୍ବିଂ ବେଳେ ବିଏସଏଫ ଯବାନ ମାନେ ମାଓବାଦୀଙ୍କ ୟୁନିଫର୍ମ, କମ୍ପୁଟର ମାଉସ, ଔଷଧ ଆଦି ବିଭିନ୍ନ ମାଓ ସାମଗ୍ରୀ ଯବତ ହୋଇଛି ।