ମାଲକାନଗିରି : ଅପରେସନ ପଣସପୁଟ, ଲାଲ କରିଡରରେ ଗର୍ଜୁଛି ବନ୍ଧୁକ । ମାଲକାନଗିରି ବିଚ୍ଛିନ୍ନାଂଚଳରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଚାଲିଛି ଗୁଳି ବିନିମୟ । ଯବାନଙ୍କ ଗୁଳିରେ ଆଜି ରାମଗଡ ଜଙ୍ଗଲରେ ଆଉ ୨ ମାଓବାଦୀଙ୍କର ମୃତ୍ୟୁ ହୋଇଛି । ତେବେ ଏବେ ସୁଦ୍ଧା ପଣସପୁଟ ଜଙ୍ଗଲରେ ଜାରି ରହିଥିବା ଏନକାଉଂଟରରେ ୩୦ ମାଓବାଦୀଙ୍କର ମୃତ୍ୟୁ ହୋଇଛି । ତେବେ ବିଚ୍ଛିନ୍ନାଂଚଳ ଏନକାଉଂଟରରେ ସଫଳତା ମିଳିବା ପରେ ମାଓବାଦୀମାନେ ଅଘଟଣ ଘଟାଇବାର ଆଶଙ୍କା କରାଯାଉଛି । ପଣସପୁଟ ଏନକାଉଂଟର ପରେ ମାଲକାନଗିରି ସମେତ କୋରାପୁଟ, କଳାହାଣ୍ଡିରେ ସୁରକ୍ଷା ବ୍ୟବସ୍ଥାକୁ କଡା କରାଯାଇଛି ।
ଲାଲ କରିଡରରେ ଗର୍ଜୁଛି ବନ୍ଧୁକ : ଯବାନଙ୍କ ଗୁଳିରେ ଆଜି ଆଉ ୨ ମାଓବାଦୀଙ୍କ ମୃତ
/kanak/media/post_attachments/wp-content/uploads/2016/10/army-7592.jpg)