ଲାଲଗଡ ସହ ସର୍ମ୍ପକ ତୁଟାଇଲେ ଟପ କ୍ୟାଡର ମାଓ ଦମ୍ପତି! ଛିନ୍ନ କଲେ ୪୦ ବର୍ଷର ସର୍ମ୍ପକ, ପୋଲିସ ନିକଟରେ କଲେ ଆତ୍ମସର୍ମପଣ

Advertisment
ଲାଲଗଡ ସହ ସର୍ମ୍ପକ ତୁଟାଇଲେ ଟପ କ୍ୟାଡର ମାଓ ଦମ୍ପତି! ଛିନ୍ନ କଲେ ୪୦ ବର୍ଷର ସର୍ମ୍ପକ, ପୋଲିସ ନିକଟରେ କଲେ ଆତ୍ମସର୍ମପଣ

କନକ ବ୍ୟୁରୋ : ଦୁର୍ବଳ ହେଉଛି ଲାଲଗଡ଼, ଭୁଷୁଡୁଛି ମାଓ ସଙ୍ଗଠନ । ସଙ୍ଗଠନ ଛାଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଟପ କ୍ୟାଡର ମାଓ ଦମ୍ପତି ନରସିଂହା ରେଡ୍ଡୀ ଓରଫ ଜାମ୍ପାନା ଏବଂ ରଜିତା । ଜମ୍ପାନାଙ୍କ ନାଁରେ କୋଟିଏ ଟଙ୍କାରୁ ଉଦ୍ଧ୍ୱର୍ ଟଙ୍କାର ପୁରସ୍କାର ରାଶି ଥିବା ବେଳେ ରଜିତାଙ୍କ ନାଁ ଥିଲା ୨୦ ଲକ୍ଷ ଟଙ୍କା । ଆଜି ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଏହି ମାଓ ଦମ୍ପତି ।

mao1ଲାଲଗଡ଼ ସହ ତୁଟିଲା ୪୦ ବର୍ଷର ସଂପର୍କ ।ପୁଲିସ ଆଗରେ ନଇଁଲା କୋଟିଏ ଟଙ୍କାର ମୁଣ୍ଡ ।ଯେଉଁ ଆଦର୍ଶକୁ ପାଥେୟ କରି ଜୀବନର ୪୦ ବର୍ଷ ବିତାଇ ଦେଇଥିଲେ, ସେଥିରେ ବିଭେଦ ଦେଖା ଦେବାରୁ ମାଓ ସଂଗଠନକୁ ବାଏ ବାଏ କରିଛନ୍ତି ଟପ୍ ମାଓ ନେତା ନରସିଂହା ରେଡ୍ଡି ଓରଫ ଜାମ୍ପାନ୍ନା ଓରଫ ଜେପି ଓରଫ ଜୟପାଲ । ଏଭଳି ବିଭିନ୍ନ ନାଁରେ ଚାଲିଥିଲା ଲାଲ୍ ଆତଙ୍କ ।୫୮ ବର୍ଷୀୟ ଜାମ୍ପାନ୍ନାଙ୍କ ନାଁ ରେ ଓଡିଶାରେ ୨୫ ଲକ୍ଷ ପୁରସ୍କାର ରାଶି ଘୋଷଣା ହୋଇଥିବା ବେଳେ ଆନ୍ଧ୍ର, ତେଲେଙ୍ଗାନା, ମହାରାଷ୍ଟ୍ର, ଛତିଶଗଡ, ଝାଡଖଣ୍ଡରେ ତାଙ୍କ ନାଁରେ ୧୫ ରୁ ୨୫ ଲକ୍ଷ ଟଙ୍କା ଯାଏଁ ଘୋଷଣା କରାଯାଇଥିଲା ।

-ଆନ୍ଧ୍ର ଓଡିଶା ବର୍ଡର ସ୍ପେଶାଲ ଜୋନାଲ କମିଟି ମୁଖ୍ୟ ନରସିଂହା ରେଡ୍ଡୀ
-ଓଡିଶା ଛତିଶଗଡ ସୀମାରେ ସକ୍ରିୟ ଦଣ୍ଡକାରାଣ୍ୟ ଜୋନାଲ କମିଟିର ମୁଖ୍ୟ
-ଉତର ତେଲେଙ୍ଗାନା ସ୍ପେଶାଲ ଜୋନାଲ କମିଟିର ସମ୍ପାଦକ
-ଝାଡଖଣ୍ଡ, ତେଲେଙ୍ଗାନା, ଆନ୍ଧ୍ର୍ର, ଛତିଶଗଡ ଏବଂ ଓଡିଶାରେ ରହିଛି ବହୁ ମାମଲା
-କୋରାପୁଟ ଓ ନୟାଗଡ ଅସ୍ତ୍ରାଗାର ଲୁଟ୍ କରି ମାଓ ସଙ୍ଗଠନକୁ ମଜବୁତ କରିଥିଲେ
- କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ ଡିଭଜନର ପରିଚାଳନା ଦାୟିତ୍ୱରେ ଥିଲେ
-ଓଡିଶା ଷ୍ଟେଟ କମିଟି ର ମିଲିଟାରି ମୁଖ୍ୟ ଭାବେ ସକ୍ରିୟ ଥିଲେ ।

ଜାମ୍ପାନ୍ନା ହାଇଦ୍ରାବାଦରୁ ପଲିଟେକନିକ ଡିଗ୍ରି ହାସଲ କରିଥିବା ବେଳେ ତାଙ୍କ ପତ୍ନୀ ରଜିତା ଓସମାନିୟା ବିଶ୍ୱବିଦ୍ୟାଳୟରୁ ଏମଏସସି ସାରିଛନ୍ତି ।
- ଓଡିଶା, ଛତିଶଗଡ, ଆନ୍ଧ୍ର, ତେଲେଙ୍ଗାନା ନାଁରେ ରଜିତା ନାଁରେ ରହିଛି ଏକାଧିକ ମାମଲା
-ରଜିତାଙ୍କ ନାଁରେ ବିଭିନ୍ନ ରାଜ୍ୟରେ ୫୦ ଲକ୍ଷରୁ ଅଧିକ ପୁରସ୍କାର ରାଶି ଘୋଷଣା ହୋଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe