ନୂଆପଡା ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ: ସର୍ଚ୍ଚ ଅପରେସନ ବେଳେ ଅସ୍ତ୍ରଶସ୍ତ୍ର ସହ ମିଳିଲା ଗୋଳାବାରୁଦ ଓ ଅନେକ ମାଓ ସାମଗ୍ରୀ

ଛତ୍ରଭଙ୍ଗ ଦେଲେ ମାଓବାଦୀ

124

କନକ ବ୍ୟୁରୋ: ନୂଆପଡା ଜିଲ୍ଲାରେ ଠାବ ହୋଇଛି ମାଓ କ୍ୟାମ୍ପ । ଜିଲ୍ଲାର ବୋଡେନ ପାଟଦରା ସଂରକ୍ଷିତ ଜଙ୍ଗଲର ଭଇଁସିମୁଣ୍ଡି ଅଂଚଳରେ ମାଓ କ୍ୟାମ୍ପ ଠାବ କରିଛନ୍ତି ସିଆରପିଏଫ ଯବାନ । ଠାବ ହୋଇଥିବା ଅଂଚଳରୁ ଅସ୍ତ୍ରଶସ୍ତ୍ର ସହ ଗୋଳାବାରୁଦ ଜବତ ହୋଇଛି । ବୋଡେନ ଥାନା ପାଟଦରା ସଂରକ୍ଷିତ ଜଙ୍ଗଲ ଭିତରେ କ୍ୟାମ୍ପ କରି ମାଓବାଦୀ ରହୁଥିଲେ । କୌଣସି ସୁତରୁ ଖବର ପାଇଁ ସିଆରପିଏଫ ପକ୍ଷରୁ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ଅପରେସନ ସମୟରେ ମାଓବାଦୀ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ଜଙ୍ଗଲଭିତରୁ ଅସ୍ତ୍ରଶସ୍ତ୍ର ସହ ଗୋଳାବାରୁଦ ଓ ଅନେକ ମାଓ ସାମଗ୍ରୀ ଜବତ କରାଯାଇଛି ।