ଛତିଶଗଡର ବୀଜାପୁରରେ ବଡ ଧରଣର ନକ୍ସଲ ଆକ୍ରମଣ ! ବିଧାନସଭା ନିର୍ବାଚନ ପୂର୍ବରୁ ଯବାନଙ୍କ ଉପରେ ଆକ୍ରମଣ କରି ଆତଙ୍କ ସୃଷ୍ଟି କରିଛନ୍ତି ଲାଲବାହିନୀ । ଏହି ଆକ୍ରମଣରେ ସିଆରପିଏଫର ୪ ଜଣ ଯବାନ ସହିଦ ହୋଇଥିବା ବେଳେ ଦୁଇଜଣ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଯବାନ ମାନେ ସିଆରପିଏଫ-୧୬୮ ବାଟାଲିୟନର ଥିଲେ । ଏହି ପେଟ୍ରୋଲିଂ କରୁଥିବା ବେଳେ ବାସାଗୁଡାର ମୁଦ୍ରୋଣ୍ଡୋ ନିକଟରେ ବିସ୍ଫୋରଣ ହୋଇଥିଲା । ଏହି ଘଟଣା ସର୍ମ୍ପକରେ ସିଆରପିଏଫ ଅଧିକାରୀ ଦିବ୍ୟାଙ୍ଗ ପଟେଲ ସୂଚନା ଦେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହା ପୂର୍ବରୁ ମେ ୨୦୧୮ରେ ଛତିଶଗଡର ଦାନ୍ତେୱାଡା ଅଞ୍ଚଳରେ ମାଓ ଆକ୍ରମଣରେ ସାତ ଜଣ ଯବାନ ସହିଦ ହୋଇଥିଲେ । ସେତେବେଳେ ଆଇଡି ବିସ୍ଫୋରଣ କରି ଯବାନଙ୍କୁ ଟାର୍ଗେଟ କରିଥିଲେ ନକ୍ସଲ । ତେବେ ବିଧାନସଭା ନିର୍ବାଚନ ପୂର୍ବରୁ ନକ୍ସଲଙ୍କ ଏଭଳି ଆକ୍ରମଣ ରାଜ୍ୟ ପୋଲିସର ଚିନ୍ତା ବଢାଇ ଦେଇଛି ।