ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ କଲେ ହତ୍ୟା

Advertisment
ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ କଲେ ହତ୍ୟା

କନକ ବ୍ୟୁରୋ :  ମାଓବାଦୀ ଘଟାଇଛନ୍ତି ବର୍ବର କାଣ୍ଡ। ରାତିରେ ଘରୁ ଡାକି ନେଇ ଜଣେ ଯୁବକଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରିଛନ୍ତି। ବିଳମ୍ବିତ ରାତିରେ କ.ନୂଆଗାଁ ଥାନା ବୁଡ୍ରୁମାହା ଗାଁରେ ମାଓବାଦୀ ଏଭଳି କାଣ୍ଡ ଭିଆଇଛନ୍ତି। ବାଲିଗୁଡ଼ା ଥାନା ମାର୍ଦୁଲ ଗାଁର ରଞ୍ଜନ ଦିଗାଲଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ହତ୍ୟା କରିବା ପରେ ମୃତଦେହ ପାଖରେ ଏକ ପୋଷ୍ଟର ଛାଡ଼ି ଯାଇଛନ୍ତି। ମାଓବାଦୀ ସଂଗଠନ ସହ ବିଶ୍ବାସଘାତ କରି ପୁଲିସକୁ ସହଯୋଗ କରୁଥିବାରୁ ରଞ୍ଜନଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା ବୋଲି ହାତଲେଖା ପୋଷ୍ଟରରେ ଉଲ୍ଲେଖ ରହିଛି।

ଏହାପରେ ଟାର୍ଗେଟରେ ପଞ୍ଚାୟତର ଦୁଇ ତିନି ଜଣ ଜନପ୍ରତିନିଧି ଅଛନ୍ତି ବୋଲି ମଧ୍ୟ ପୋଷ୍ଟରରେ ଦର୍ଶାଇଛନ୍ତି। କ.ନୂଆଗାଁ ଥାନା ଅଞ୍ଚଳରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଅ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe