ମାଲକାନଗିରି ସୀମାନ୍ତ ସୁକମାରେ ପୁଣି ମାଓବାଦୀଙ୍କ ବର୍ବରତା । ସରପଂଚଙ୍କ ସ୍ୱାମୀଙ୍କୁ କଲେ ହତ୍ୟା,ଅଂଚଳରେ ଖେଳିଯାଇଛି ଆତଙ୍କ

ସରପଂଚଙ୍କ ସ୍ୱାମୀଙ୍କୁ ହତ୍ୟାକଲେ ମାଓବାଦୀ

102

କନକ ବ୍ୟୁରୋ : ମାଲକାନଗିରି ସୀମାନ୍ତ ସୁକମାରେ ପୁଣି ମାଓବାଦୀଙ୍କ ବର୍ବରତା । ସ୍ଥାନୀୟ ଅଂଚଳର ସରପଂଚଙ୍କ ସ୍ୱାମୀଙ୍କୁ ହତ୍ୟାକଲେ ମାଓବାଦୀ । ବଡକ ସରପଂଚଙ୍କ ସ୍ୱାମୀ କଲମୁ ଧୁରୁଆଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ହତ୍ୟା କରିଛନ୍ତି । ଆଗକୁ ଛତିଶଗଡ ବିଧାନସଭା ନିର୍ବାଚନ ଥିବା ବେଳେ ନିର୍ବାଚନ ପୂର୍ବରୁ ମାଓବାଦୀମାନେ ହିଂସାକାଣ୍ଡ ଘଟାଇ ଚାଲିଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ, ଗତକିଛି ଦିନ ହେଲାଣି ମାଓବାଦୀମାନେ ଏପରି ଭାବରେ ହିଂସା କାଣ୍ଡ ଘଙ୍କାଉଛନ୍ତି । ପ୍ରଥମେ ମାଓବାଦୀମାନେ ଛତିଶଗଡ ସୀମାରେ ଟ୍ରକ ଜାଳିଦେବା ସହ ଯାତ୍ରୀବାହୀ ବସକୁ ଜାଳିଦେଇଥିଲେ ।

 

ଏହାପରେ ଦୁରଦର୍ଶନର କ୍ୟାମେରା ମ୍ୟାନଙ୍କୁ ହତ୍ୟା ସହ ୩ ଜଣ ଯବାନଙ୍କୁ ଗୁଳିକରି ହତ୍ୟା କରିଥିଲେ ମାଓବାଦୀ । ତେବେ ଏହାରି ମଧ୍ୟରେ ପୋଲିସ ଗୁଳିରେ ୪ ମାଓବାଦୀ ନିହତ ମଧ୍ୟ ହୋଇଥିଲେ । ଏପରିକି ପୋଲିସ ପକ୍ଷରୁ କମ୍ବିଂ ଅପରେସନ ମଧ୍ୟ ଜୋରଦାର କରାଯାଇଥିବା ସୂଚନା ରହିଥିଲା । ଦିନକୁ ଦିନ ମାଓବାଦୀମାନେ ଏପରି ଭାବରେ କାଣ୍ଡ କରୁଥିବାରୁ ଚିନ୍ତାରେ ମାଓ ଇଲାକାରେ ରହୁଥିବା ଲୋକ । ଏହି ସରପଂଚଙ୍କ ସ୍ୱାମୀଙ୍କୁ ହତ୍ୟା ପଛରେ କେଉଁ ଉଦ୍ଦେଶ୍ୟ ରହିଛି ତାହାର ସୂଚନା ମିଳିପାରିନାହିଁ ।