ଲାଲବାହିନୀର ଲାଲଆତଙ୍କ : ହତ୍ୟା,ଅପହରଣ ପରେ ଲୁଟିଲେ ରାସନ ସାମଗ୍ରୀ

18

କନକ ବ୍ୟୁରୋ: ବିଛିନ୍ନାଂଚଳ ମାଲକାମଗିରିରେ ମାଲକାନଗିରି ମାଓ ଆତଙ୍କ । ଲାଲଗଡରେ ମାଓବାଦୀଙ୍କ ତାଣ୍ଡବ ପୁଣି ଦେଖିବାକୁ ମିଳିଛି । କୋରୁକୁଣ୍ଡାରେ ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଆନ୍ଧ୍ର ବ୍ୟବସାୟୀ ସୁକୁଲୁଙ୍କୁ ଘରୁ ଡାକିନେଇ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ । ଯବାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଉଥିବା ଅଭିଯୋଗରେ ସୁକୁଲୁଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି ।

କନ୍ଧମାଳ କୋଟଗଡରୁ ଜଣଙ୍କୁ ଅପହରଣ କରିଛନ୍ତି ମାଓବାଦୀ । ଦୁର୍ଗାପାଙ୍ଗା ଗାଁର ବସନ୍ତ ବଟ ନାମକ ଯୁବକଙ୍କୁ ମାଓବାଦୀମାନେ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ୧୪ରୁ ୧୫ଜଣ ମାଓବାଦୀ ଆସି ବସନ୍ତଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ଉଠାଇ ନେଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ମଧ୍ୟ ଅନେକ ମାଓ ପୋଷ୍ଟର ଜବତ ହୋଇଛି ।

ସେପଟେ ଯବାନଙ୍କ ରାସନ ସାମଗ୍ରୀକୁ ମଧ୍ୟ ଲୁଟିନେଇଛନ୍ତି ଲାଲବାହୀନି । ମାଲକାନଗିରି ବିଚ୍ଛିନ୍ନାଂଚଳ ଚିତ୍ରକୋଣ୍ଡାରୁ ମୋଟର ବୋଟ ଯୋଗେ ରାସନ ସାମଗ୍ରୀ କୁନ୍ତୁରୁପଦର ଯାଉଥିବାବେଳେ ଏହାକୁ ଲୁଟି ନେଇଛନ୍ତି ମାଓବାଦୀ । ଚିତ୍ରକୋଣ୍ଡାର ତୋଟାପଦର ଘାଟରେ ମୋଟର ବୋଟକୁ ଅଟକାଇ ସାମଗ୍ରୀ ଲୁଟିନେଇଛନ୍ତି ମାଓବାଦୀ । ଇଣ୍ଡିଆନ ରିଜର୍ଭ ବାଟାଲିୟନ ଯବାନଙ୍କ ପାଇଁ ଯାଉଥିଲା ରାସନ ସାମଗ୍ରୀ । ଆଜିର ମାଓଆତଙ୍କ ପୋଲିସର ଚିନ୍ତା ବଢାଇ ଦେଇଛି । ପୋଲିସ୍ ପ୍ରଶାସନକୁ ଖୋଲା ଚ୍ୟାଲେଂଜ ଦେଇଛନ୍ତି ମାଓବାଦୀ ।