କନକ ବ୍ୟୁରୋ : ଗ୍ରାମବାସୀଙ୍କ ବିରୋଧ ପରେ ଢିଙ୍କିଆରେ ଆଜି ପାଇଁ ପାନବରଜ ଉଚ୍ଛେଦ ବନ୍ଦ । କେବଳ ଜାରି ରହିବ ପାଚେରୀ ଓ ରାସ୍ତା ନିର୍ମାଣ କାମ । ପାନ ବରଜ ଭଙ୍ଗାକୁ ନେଇ ଗତକାଲି ମୁହାଁମୁହିଁ ହୋଇଥିଲେ ପୁଲିସ ଓ ଗ୍ରାମାବାସୀ । ଏବେ ଗାଁରେ ପଇଁତରା ମାରୁଛି ପୋଲିସ । ଘଟଣାରେ ମୋଟ୍ ୮ ଜଣଙ୍କୁ ଗିରଫ କରାଯାଇଛି । ଗତକାଲି ୬ ଜଣ ଓ ଆଜି ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗତକାଲି ପୋଲିସର ଲାଠିମାଡ ପରେ ଖାଲି ହୋଇଯାଇଛି ଢିଙ୍କିଆ ଗାଁ ।
ଗିରଫ ଭୟରେ ଗାଁରେ ତାଟି କବାଟ ପଡ଼ିଥିବା ବେଳେ ପୁରୁଷ ଶୁନ୍ୟ ହୋଇପଡ଼ିଛି । ଗତକାଲି ପାନବରଜକୁ ଗ୍ରାମବାସୀ ଯିବା ବେଳେ ପୋଲିସ ସହିତ ଉତେଜନା ଦେଖାଦେଇଥିଲା । ମୁହାଁମୁହିଁ ହୋଇଥିଲେ ପୋଲିସ ଓ ଗ୍ରାମବାସୀ । ଠେଲାପେଲା, ଧସ୍ତାଧସ୍ତି ହୋଇଥିଲା । ଏହାପରେ ପୋଲିସ ଆନ୍ଦୋଳନକାରୀଙ୍କ ଉପରକୁ ଲାଠିମାଡ଼ କରିଥିଲା । ଏଥିରେ କିଛି ଗ୍ରାମବାସୀ ଆହତ ହୋଇଛନ୍ତି । କିଛି ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏକ ଡ଼ାକ୍ତରୀ ଟିମ୍ ଢିଙ୍କିଆରେ ପହଂଚି ଆହତଙ୍କ ଚିକିତ୍ସା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/13-17.jpg)