ସାଧାରଣ ଜୀବନଯାତ୍ରାରେ ବଦଳିଲା ବହୁ ନିୟମ: ମୋବାଇଲ ସିମ ପୋର୍ଟେବିଲିଟି ପାଇଁ ଲାଗିବ ୭ଦିନ, ଆଇଟି ରିଟର୍ଣ୍ଣ ପାଇଁ ବଢ଼ିଲା ଅବଧି

733

କନକ ବ୍ୟୁରୋ: ଆଜିଠୁ ଆପଣଙ୍କ ପକେଟରେ ଦର ମାଡ ହୋଇପାରେ । ନୂଆ ବଜେଟ ଆସିବା ପୂର୍ବରୁ କିଛି ବିଶେଷ ପରିବର୍ତନ କରାଯାଇଛି । ତେବେ କିଛି ଆଶ୍ବସ୍ତି ବି ପାଇବେ ସାଧାରଣ ଜନତା ।

ଜୁଲାଇ ୧ରୁ ଦେଶରେ ବଦଳିଛି ଅନେକ ନିୟମ ।କେଉଁଠି ନୂଆ ନିୟମ ଲାଗୁ କରାଯାଇଛି ତ ପୁଣି କେଉଁଠି ପୁରୁଣା ନିୟମରେ ଅଳ୍ପବହୁତ ପରିବର୍ତନ କରାଯାଇଛି ।ବିଶେଷ କରି ମୋବାଇଲ ସିମ, କର୍ମସିଆଲ ଗ୍ୟାସ ଓ ବ୍ୟାଙ୍କିଂ ସେକ୍ଟର ସମ୍ବନ୍ଧିତ କିଛି ବ୍ୟବସ୍ଥାରେ ଜରୁରୀ ପରିବର୍ତନ କରାଯାଇଛି । ନଜର ପକାଇବା ଆଜିଠୁ କ’ଣ ବଦଳିଛି ଓ ଏହାର କି ଲାଭ ପାଇବେ ସାଧାରଣ ଜନତା

ଟେଲିଯୋଗାଯୋଗ ମୋବାଇଲ ନମ୍ବର ପୋର୍ଟେବିଲିଟି ନିୟମ ୨୦୨୪ରେ ପରିବର୍ତନ କରି ୭ ଦିନ କରାଯାଇଛି । ଅଂଶୀଦାରଙ୍କ ସହ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି । ସିମ୍ କାର୍ଡ ଜରିଆରେ ହେଉଥିବା ଠକେଇ ଉପରେ ଲଗାମ ଲଗାଇବା ପାଇଁ ନିୟମ କଡାକଡି କରାଯାଇଛି ।ଏହି ନୂଆ ନିୟମ ଗତ ମାର୍ଚ୍ଚ ମାସରୁ ଡ୍ରାଫ୍ଟ ହୋଇସାରିଥିଲା । ଆଜି ଠାରୁ ବିଦ୍ଧିବଧ ଭାବେ ଲାଗୁ ହୋଇଛି

ସିମ ପୋଟେର୍ବିଲିଟି ପାଇଁ ୭ଦିନ
ସିମ୍ ପୋର୍ଟିଂ ପାଇଁ ଆଜିଠାରୁ ସାରା ଦେଶରେ ଲାଗୁ ହୋଇଛି ନୂଆ ନିୟମ ।
-ମୋବାଇଲ୍ ନମ୍ବରକୁ ପୋର୍ଟ କରିବାକୁ ଚାହୁଁଥିଲେ ୭ ଦିନର ଅପେକ୍ଷା କରିବାକୁ ପଡିବ
-ଆବଶ୍ୟକୀୟ ପ୍ରମାଣପତ୍ର ଓ ଓଟିପି ଦେଇ ଭେରିଫିକେସନ୍ ପାଇଁ ମଧ୍ୟ ଅପେକ୍ଷା କରିବାକୁ ପଡିବ
-ନିୟମରେ ସଂଶୋଧନ କରି ସ୍ୱତନ୍ତ୍ର ପୋର୍ଟିଂ କୋର୍ଡ ପାଇଁ ୭ ଦିନ ଭିତରେ ଅନୁରୋଧ କରିବେ ଗ୍ରାହକ
-ପୂର୍ବରୁ ଏହି ସମୟ ୧୦ ଦିନ ଥିଲା
କର୍ମସିଆଲ ଗ୍ୟାସ ସିଲିଣ୍ଡର ଦର ହ୍ରାସ
-ଦେଶରେ କମିଛି କର୍ମସିଆଲ ଗ୍ୟାସ ସିଲିଣ୍ଡର ଦର
-ସିଲିଣ୍ଡର ପିଛା ୩୦ ଟଙ୍କା କମିଛି
ଫାଷ୍ଟଟ୍ୟାଗ ଦର ବୃଦ୍ଧି
ଫାଷ୍ଟଟ୍ୟାଗ ସେବା ଦେଉଥିବା ବ୍ୟାଙ୍କ ନୂଆ ଦର ଲାଗୁ କରିଛନ୍ତି
କଂଜୁମର ନୂଆ ଟ୍ୟାଗ ମ୍ୟାନେଜମେଂଟ, ଖାତାରେ କମ ବାଲାନ୍ସ ସୂଚନା ଓ ପ୍ରତ୍ୟେକ ୩ମାସ ପେମେଂଟ ସୂଚନା ପାଇଁ ଅଧିକ ଦର ଦେବେ
ଯାନବାହାନ ଦର ବୃଦ୍ଧି
କର୍ମସିଆଲ ଯାନବାହାନର ଦର ୨% ବୃଦ୍ଧି ପାଇଛି
ମୋବାଇଲ ରିଚାର୍ଜ ଦର ବୃଦ୍ଧି
ଅନେକ ଟେଲିକମ କମ୍ପାନୀ ଦର ବୃଦ୍ଧି କରିଛନ୍ତି
କ୍ରେଡିଡ କାର୍ଡ ନିୟମରେ ପରିବର୍ତ୍ତନ
-ଆଜିଠୁ କ୍ରେଡିଟ କାର୍ଡ ନିୟମ ବଦଳିଛି
-ଏଣିକି ସମସ୍ତ ବିଲ ପେମେଂଟ ବିବିପିଏସ ଆଧାରରେ କରାଯିବ
ନ୍ୟାଶନାଲ ପେନସନ ସିଷ୍ଟମରେ ପରିବର୍ତ୍ତନ
ପିଏଫଆରଡିଏ ଓ ଏନପିସିରେ ଅର୍ଥନେଣଦେଣ ୨୪ଘଂଟା ଭିତରେ କରାଯିବ
ଇନକମ ଟ୍ୟାକ୍ସ ରିଟର୍ଣ୍ଣ ନିୟମରେ ପରିବର୍ତ୍ତନ
ଇନକମ ରିଟର୍ଣ୍ଣ ଟ୍ୟାକ୍ସ ଦାଖଲ ପାଇଁ ଏଣିକି ସମୟସୀମା ଡିସେମ୍ବର ୩୧ ନିର୍ଦ୍ଦାରଣ କରାଯାଇଛି
ବନ୍ଦ ହେବ ପେଟିଏମ ୱାଲେଟ
ଜୁଲାଇ ୨୦ରୁ ବନ୍ଦ ହେବ ପେଟିଏମ ୱାଲେଟ
ଯେଉଁ ଖାତାରେ ବର୍ଷେ ହେବ କୌଣସି ନେଣଦେଣ ହୋଇନି ସେମାନଙ୍କ ପାଇଁ ଲାଗୁ ହେବ