ଦୁଷ୍କର୍ମକାରୀ ବାବାଙ୍କ ହେଭିୱେଟ ଭକ୍ତ ! ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ଆରମ୍ଭ କରି ବାଜପେୟୀଙ୍କ ପର୍ଯ୍ୟନ୍ତ ଲମ୍ବିଛି ଭକ୍ତଙ୍କ ଲମ୍ବା ତାଲିକା ।

32
ନାବାଳିକାକୁ ଦୁଷ୍କର୍ମ ମାମଲାରେ ଜୋଧପୁର କୋର୍ଟ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହା ସହ ଆଶାରାମଙ୍କୁ ଆଜୀବନ ଜେଲ ଦଣ୍ଡରେ କୋର୍ଟ ଦଣ୍ଡିତ କରିଛନ୍ତି । ତାଙ୍କ ସହ ଅନ୍ୟ ଦୁଇ ଜଣ ଶିଳ୍ପା ଏବଂ ଶରତ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତେବେ ଅନ୍ୟ ଦୁଇ ଜଣ ଶିବା ଏବଂ ପ୍ରକାଶଙ୍କୁ କୋର୍ଟ ଖଲାସ କରିଛି ।
ଯେତେବେଳେ ଆଶାରାମ ପ୍ରବଚନ ଦେଉଥିଲେ ସେତେବେଳେ  ମଞ୍ଚ ଉପରେ ଅନେକ ରାଜନୀତି, ଖେଳକୁଦ, ସିନେମା ସମେତ ଅନ୍ୟ କେତେକ କ୍ଷେତ୍ରରୁ ମଧ୍ୟ ପ୍ରତିଷ୍ଠିତ ବ୍ୟକ୍ତିମାନେ ଉପସ୍ଥିତ ରହିଥିବାର ଦେଖାଯାଏ । ତେବେ ନେତାମାନଙ୍କ ପ୍ରଶ୍ନ ଉଠିଲେ ଆଶାରାମଙ୍କ ୱେବସାଇଟ ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଆଶାରାମଙ୍କର ଭକ୍ତ ଥିଲେ ।
ଆଶାରାମଙ୍କ ୱେବସାଇଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଆଶାରାମଙ୍କ ଭକ୍ତ ଥିବା ଦର୍ଶାଯାଇଛି । ଏପରିକି ପୂୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କୁ ମଧ୍ୟ ଆଶାରାମଙ୍କ ଭକ୍ତ ଥିବା ଦର୍ଶାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଲିଷ୍ଟରେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କାଲାମଙ୍କ ନାମ ମଧ୍ୟ ସାମିଲ ରହିଛି ।
ଆଶାରାମଙ୍କ ଭକ୍ତମାନଙ୍କ ଏହି ଲିଷ୍ଟରେ କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀଙ୍କ ନାମ ମଧ୍ୟ ସାମିଲ ଅଛି । ଏହି ଚିଠାରେ କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କ ନାମ ଲେଖା ରହିଛି । ସେହିପରି ୧୦ ବର୍ଷରୁ ଅଧିକ ସମୟ ଧରି ମଧ୍ୟପ୍ରଦେଶ ପରି ବଡ ରାଜ୍ୟର ମଙ୍ଗ ଧରିଥିବା ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଏହି ଲିଷ୍ଟର ଅଂଶ ହୋଇ ରହିଛନ୍ତି ।
ସେପଟେ ଛତିଶଗଡ ପରି ଏକ ନକ୍ସଲ ପ୍ରଭାବିତ ରାଜ୍ୟର ମଙ୍ଗ ସମ୍ଭାଳିଥିବା ମୁଖ୍ୟମନ୍ତ୍ରୀ ରମଣ ସିଂହ ମଧ୍ୟ ଆସାରାମଙ୍କ ଭକ୍ତମାନଙ୍କ ଏହି ଲିଷ୍ଟରେ ସାମିଲ ଅଛନ୍ତି । ସେହିପରି ବିଜେପି ନେତା ଏବଂ ହିମାଚଳପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରେମ କୁମାର ଧୁମଲ ମଧ୍ୟ ଆଶାରାମଙ୍କ ୱେବସାଇଟରେ ଦିଆଯାଇଥିବା ଭକ୍ତମାନଙ୍କ ଲିଷ୍ଟରେ ସାମିଲ ଅଛନ୍ତି ।