ହାଇଦରର ଶେଷକୃତ୍ୟରେ ସାମିଲ ହେଲେ ନାହିଁ ପୁଅ : ଜେଲରେ ଅଛନ୍ତି ବଡପୁଅ ମୁନ୍ନା, ହାଇଦର ମେଡିକାଲରୁ ଫେରାର ହେବା ପରଠାରୁ ରାଜ୍ୟ ବାହାରକୁ ଚାଲିଯାଇଛି ସାନ ପୁଅ ଆଜାରୁଦ୍ଦିନ୍

2,198

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ହାଇଦରକୁ କେନ୍ଦ୍ରାପଡା ରଣପଡା ଗାଁରେ କବର ଦିଆଯାଇଥିବାବେଳେ ତାର ପୁଅମାନଙ୍କ ଦେଖା ମିଳିନି । ହାଇଦରକୁ ଏନକାଉଂଟର ପରେ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇଥିଲା ମଝିଆଁ ପୁଅ ଚୁନ୍ନେଇ । ହେଲେ ଚୁନ୍ନେଇ ସମେତ ହାଇଦରର କୌଣସି ପୁଅ ମୃତଦେହ ନେବାକୁ ବାଲେଶ୍ୱର ଆସିନଥିଲେ । ସେହିପରି ଗତକାଲି ରାତିରେ ହାଇଦରର ମରଶରୀର କେନ୍ଦ୍ରାପଡାରେ ପହଂଚିବା ପରେ ପତ୍ନୀ ଓ ଅନ୍ୟ ୨ ଜଣ ସଂପର୍କୀୟ ମହିଳା କବରିସ୍ତାନଠାରୁ କିଛି ଦୂରରେ ରହି ଘରକୁ ଚାଲି ଯାଇଥିଲେ ।

ତେବେ ପରିବାରର କୌଣସି ପୁରୁଷ ସଦସ୍ୟଙ୍କ ଦେଖା ମିଳିନଥିଲା । ହାଇଦରର ବଡପୁଅ ମୁନ୍ନା ଏବେ ଜେଲରେ ଅଛିି । ହାଇଦର ମେଡିକାଲରୁ ଫେରାର ହେବାପରେ ସାନପୁଅ ଆଜାରୁଦ୍ଦିନ ରାଜ୍ୟ ବାହାରକୁ ଚାଲି ଯାଇଥିବା କୁହାଯାଉଛି । ତେବେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିବା ମଝିଆଁ ପୁଅ ଚୁନ୍ନେଇ ମଧ୍ୟ କବରିସ୍ତାନକୁ ଆସିନଥିବା ଜଣାପଡିଛି । ସରକାରୀ ନିୟମ ଅନୁସାରେ ଶେଷକୃତ୍ୟ ପାଇଁ ଆବଶ୍ୟକ ମୌଲବୀଙ୍କୁ ମିଶାଇ ୨୦ ଜଣଙ୍କ ଉପସ୍ଥିତିରେ ଗ୍ୟାଙ୍ଗଷ୍ଟର ହାଇଦରକୁ ଗତକାଲି କବର ଦିଆଯାଇଛି ।