ଫୋନିର ୭ ଦିନ ପରେ ବି ସ୍ଥିତି ସାଂଘାତିକ ! ପହଞ୍ଚିଲା ନାହିଁ ପ୍ରଶାସନ, ମିଳିନାହିଁ ରିଲିଫ୍, ଗଛ ମୂଳ ହିଁ ଏକମାତ୍ର ସାହାଭରସା

Advertisment
ବ୍ୟାପିଲା ଝାଡ଼ାବାନ୍ତି ଓ ଜଣ୍ଡିସ୍, ପୁରୀ ଓ ଭୁବନେଶ୍ବରରେ ବହୁ ସଂଖ୍ୟାରେ ଆକ୍ରାନ୍ତ

source : google

କନକ ବ୍ୟୁରୋ : ଅଶୋକ ପ୍ରଧାନ। ଘର ନିଆଳି ବ୍ଲକ ମଝିଖଣ୍ଡ ଗାଁର ବାସିନ୍ଦା। ମୁଣ୍ଡ ଗୁଞ୍ଜିବାକୁ ଏବେ ଚାଳ ନାହଁ। ସାତ ଦିନ ପରେ ବି ନା ପହଞ୍ଚିଲା ପ୍ରଶାସନ, ନା’ ମିଳିଲା ଖଣ୍ଡିଏ ପଲିଥିନ। ସେହି ଭଙ୍ଗାଘରେ ଜୀବନ କାଟୁଛନ୍ତି ତାଙ୍କ ପରିବାର। ୫୦ହଜାର ଟଙ୍କାରେ ପନ୍ଦରଦିନ ତଳେ ପାନବରଜ କାମ କରିଥିଲେ। ହେଲେ ଏବେ ନିଜ ଆଖିଆଗରେ ଘର, ପାନବରଜ ସବୁ ଉଜୁଡିଗଲା। କେବଳ ଅଶୋକ ନୁହନ୍ତି ତାଙ୍କ ଭଳି ଜୟକୃଷ୍ଣ, ମାଗୁଣି, ସୁରେନ୍ଦ୍ରଙ୍କ ଭଳି ଅନେକ ପରିବାରର ଏଭଳି ଦୟନୀୟ ଅବସ୍ଥା। ସାତ ଦିନ ପରେ ବି ସରକାରୀ ବାବୁ, ରାଜନେତାଙ୍କ ପାଦ ଗାଁରେ ପାଦ ପଡୁନଥିବାରୁ କ୍ଷୋଭ ଆଉ ଦୁଃଖ ବ୍ୟକ୍ତ କରିଥିଲା ଅଶୋକ। ସବୁ ଉଜୁଡି ଗଲା, ଆମର ଆଉ କଣ ଅଛି , ମୁଗ ବିଲରେ ପଡି ପଚି ସଢିଗଲାଣି, ମାଛ ଗାଡିଆରେ ମରି ଭାସୁଛନ୍ତିଟ୍ଟ ଆଉ କଣ କହିବୁ ବୋଲି କହିଥିଲେ ଗ୍ରାମବାସୀ।
publive-imageଗୁରୁତର ଭାବେ ଫନିରେ କ୍ଷତିଗ୍ରସ୍ତ କଟକ ଜିଲ୍ଲାର ନିଆଳି ବ୍ଲକର ଅନେକ ଗ୍ରାମରେ ଏବେ ଏଭଳି ସ୍ଥିତି। ବ୍ଲକର ହେକ୍ଟର ହେକ୍ଟର ଚାଷ ଜମିରେ ଖରାଟିଆ ଧାନ, ମୁଗ, ବିରି ସବୁ ପଚିସଢି ଯାଇଥିବାବେଳେ ପାନବରଜର ଅବସ୍ଥା ନକହିବା ଭଲ। ସରକାରୀ ତଥ୍ୟ ଅନୁସାରେ ଏହି ବ୍ଲକରେ ୧୩ ହଜାରରୁ ଅଧିକ ଘର, ୧୪ ହଜାର ଗୁହାଳ ଘର ଭାଙ୍ଗିଯାଇଛି। ଅନେକ ଲୋକଙ୍କ ଚାଳଘର ମାଟିରେ ମିଶି ଯାଇଛି। କିନ୍ତୁ ୭ଦିନ ପରେ ନା କ୍ଷୟକ୍ଷତିର ଆକଳନ ପାଇଁ ସରକାରୀ ବାବୁଙ୍କ ପାଦ ଗାଁରେ ପଡିଛି ନା କାହାକୁ ପଲିଥିନ ଖଣ୍ଡିଏ ମିଳିଛି। ନିଜ ହାତରୁ କିଏ ପାଲ ଟାଣି ରହୁଛି ତ କିଏ ଗଛମୂଳରେ ନେଇଛି ଆଶ୍ରୟ। ଗୋଟିଏ ପଟେ ସରକାର କ୍ଷତିଗ୍ରସ୍ତଙ୍କ ପାଇଁ ଅନେକ ଘୋଷଣା କରୁଥିବାବେଳେ ବାସ୍ତବକ୍ଷେତ୍ରରେ ମୁଣ୍ଡ ଗୁଞ୍ଜିବାକୁ ପଲିଥିନ ଖଣ୍ଡିଏ ମଧ୍ୟ କାହାକୁ ଦିଆଯାଇ ନାହିଁ।
publive-imageସେହିପରି ନିଆଳି ବ୍ଲକର ପୂର୍ବଖଣ୍ଡ ମୁଣ୍ଡାସାହିରେ ମଧ୍ୟ ସମାନ ଅବସ୍ଥା । ବାତ୍ୟା ପାଇଁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍କୁଲ ଘରେ ନେଇ ରଖାଯାଇଥିଲା। କିନ୍ତୁ ସେଠାରୁ ଫେରି ଦେଖିବାପରେ ଘର ସଂପୂର୍ଣ୍ଣ ଉଜୁଡି ଯାଇଛି। ପାଖାପାଖି ୫୦ରୁ ଉର୍ଦ୍ଧ୍ବଘର ମାଟିରେ ମିଶିଯାଇଥିବାବେଳେ କେବଳ ପଲିଥିନ ଖଣ୍ଡିଏ ମିଳିଛି । କିନ୍ତୁ ଅନ୍ୟ ସରକାରୀ ସହାୟତାରୁ ଏହି ବସ୍ତି ବାସିନ୍ଦା ବଂଚିତ। ବାତ୍ୟାରେ ସବୁ କିଛି ନଷ୍ଟ ହୋଇଯାଇଥିବାରୁ ତାହାକୁ ପୁଣି ଥରେ ତିଆରି କରିବା ପାଇଁ ସମୟ ଲାଗିବ । ତେବେ ଏହି ବିପଦ ସମୟରେ କେବଳ ସରକାରଙ୍କ ସହାୟତାକୁ ଅପେକ୍ଷା ଥିବା ସ୍ଥାନୀୟ ଲୋକମାନେ କହିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe