ସରକାରଙ୍କ ବିନା ଏନଓସିରେ ରାଜ୍ୟରେ ଚାଲିଛି ବେସରକାରୀ ବିଦ୍ୟାଳୟ । କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡିଲେ ସରକାର

Advertisment
ସରକାରଙ୍କ ବିନା ଏନଓସିରେ ରାଜ୍ୟରେ ଚାଲିଛି ବେସରକାରୀ ବିଦ୍ୟାଳୟ । କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡିଲେ ସରକାର

କନକ ବ୍ୟୁରୋ : ସରକାରଙ୍କ ଠାରୁ ଉପଯୁକ୍ତ ଏନ୍ଓସି ନ ନେଇ ବେଆଇନ ଭାବରେ ଚାଲିଛି ବେସରକାରୀ ବିଦ୍ୟାଳୟ। ବାରମ୍ବାର ତାଗିଦ୍ ସତ୍ବେ ଏହି ବେସରକାରୀ ବିଦ୍ୟାଳୟ କର୍ତ୍ତୃପକ୍ଷ କର୍ଣ୍ଣପାତ ନ କରିବାରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଏକ ସ୍ବତନ୍ତ୍ର ବିଜ୍ଞପ୍ତି ଜରିଆରେ ରାଜ୍ୟରେ ବିନା ଏନଓସିରେ ଚାଲିଥିବା ସମସ୍ତ ବେସରକାରୀ ବିଦ୍ୟାଳୟର ତାଲିକା ପ୍ରକାଶ କରିଛନ୍ତି। କେବଳ ତାଲିକା ପ୍ରକାଶ କରିନାହାନ୍ତି ବରଂ ସ୍ବୀକୃତି ପାଇନଥିବା ବେଆଇନ ସ୍କୁଲଗୁଡ଼ିକରେ ନିଜ ନିଜ ପିଲାଙ୍କୁ ନାମ ଲେଖାଇ ହଇରାଣରେ ନ ପଡ଼ିବାକୁ ପରାମର୍ଶ ଦେଇଛନ୍ତି। ଏହି ତାଲିକା ପ୍ରକାଶ ପାଇବା ପରେ ଅଭିଭାବକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

publive-imageନିଜ ପିଲା ପଢ଼ୁଥିବା ସ୍କୁଲକୁ ତାଲିକାରେ ନ ପାଇ କେତେକ ଅଭିଭାବକ ଛାନିଆଁ ହୋଇଛନ୍ତି। ସରକାରୀ ତାଲିକା ମୁତାବକ କେନ୍ଦ୍ରାପଡା, ଢେଙ୍କାନାଳରେ ଗୋଟିଏ ଲେଖାଏଁ ସର୍ବନିମ୍ନ ରହିଥିବା ବେଳେ ଖୋର୍ଦ୍ଧାରେ ସର୍ବାଧିକ ରହିଛି। ସେହିଭଳି ଅନୁଗୁଳ, ବାଲେଶ୍ବର, ଭଦ୍ରକ, ବଲାଙ୍ଗୀର, ବରଗଡ଼ , କଟକରେ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କେଉଁଝର, କୋରାପୁଟ, କନ୍ଧମାଳ, ମୟୂରଭଞ୍ଜ, ମାଲାକାନାଗିରି, ରାୟଗଡ଼ା, ନୟାଗଡ଼, ନୂଆପଡ଼ା, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼, ସୁବର୍ଣ୍ଣପୁରରେ ଏପରି ଭାବରେ ବିଦ୍ୟାଳୟ ଥିବା ସୂଚନା ମିଳିଛି । ତେବେ କେବେଠାରୁ ସରକାର କାର୍ଯ୍ୟାନୁଷ୍ଠାନ ନେବେ ତାହା ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe