ଅତିରିକ୍ତ ତହସିଲଦାରଙ୍କ ପୁଳା ପୁଳା ସମ୍ପତି: ଜମି ପଟା ଗଣି ଗଣି ନୟାନ୍ତ ହେଲେଣି ଭିଜିଲାନ୍ସ ଅଧିକାରୀ

2,379

କନକ ବ୍ୟୁରୋ: ବାବୁଙ୍କ ଅମାପ ସମ୍ପତି ଗଣି ଗଣି ବେହାଲ ଭିଜିଲାନ୍ସ କର୍ମଚାରୀ । ଯେତେ ଖୋଲତାଡ ହେଉଛି ସେତିକି ସମ୍ପତି ବାହାରୁଛି । ୪୦ରୁ ଅଧିକ ଭିଜିଲାନ୍ସ କର୍ମଚାରୀ ଚଢାଉରେ ସାମିଲ ହୋଇଛନ୍ତି । ଆଉ ଚଢାଉ ହୋଇଛି ସୁନ୍ଦରଗଡ ଟାଙ୍ଗରାପାଲିର ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ । ଗୋଟିଏ କି ଦୁଇଟି ସ୍ଥାନ ନୁହେଁ ଏକାଥରେ ୮ଟି ସ୍ଥାନରେ ଚଢାଉ କରି ଚାଲିଛି ଖୋଳତାଡ୍ । ଜମି ପଟା ଗଣି ଗଣି ନୟାନ୍ତ ହୋଇଗଲେଣି ଭିଜିଲାନ୍ସ ଅଧିକାରୀ । ବର୍ତମାନ ସୁଦ୍ଧା ୨ଟି ମଲ୍ଟି ଷ୍ଟୋରେ ବିଲ୍ଡିଂ, ୪ଟି କୋଠା, ୨୧ଟି ପ୍ଲଟ୍, ୨ଟି ଟ୍ରାକ୍ଟର, ୪ଟି ଚାରିଚକିଆ, ୧୫ଟି ସେଭିଙ୍ଗସ୍ ଆକାଉଂଟ୍ସ କୁ ଠାବ କରିଛି ଭିଜିଲାନ୍ସ । ଅନ୍ୟାନ୍ୟ ବ୍ୟାଙ୍କ ଡିପୋଜିଟ୍ ଓ ସେଭିଙ୍ଗସ୍ର ତଥ୍ୟ ଭିଜିଲାନ୍ସ ବିଭାଗ ହାତରେ ଲାଗିଛି । ତେବେ ଏହି ଅତିରିକ୍ତ ତହସିଲଦାର ଏତେ ପରିମାଣରେ ସମ୍ପତି କିପରି ହାତେଇଲେ ତାହାକୁ ନେଇ ଆରମ୍ଭ ହୋଇଛି ତଦନ୍ତ ।

ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି
ସମ୍ପତ୍ତି ଗଣି ଗଣି ହାଲିଆ ହେଲାଣି ଭିଜିଲାନ୍ସ
୨୧ଟି ପ୍ଲଟ୍ ଠାବ
ମଲ୍ଟି ଷ୍ଟୋରେ ବିଲ୍ଡିଂ, ୪ଟି କୋଠା
୧୫ଟି ସେଭିଙ୍ଗସ୍ ଆକାଉଂଟ
କେଉଁ ଉପାୟରେ ଏତେ ସମ୍ପତ୍ତିର ମାଲିକ ହୋଇଥିଲେ ଅତିରିକ୍ତ ତହସିଲଦାର?
ଟାଙ୍ଗରାପାଲିର ଅତିରିକ୍ତ ତହସିଲଦାର କୁଳମଣି ପଟେଲ