ଫାଙ୍କା ଅଛି ମାଡିଚାଲ... ରାଜଧାନୀର ଅନେକ ରାସ୍ତାରେ ବିନା ହେଲମେଟରେ ରାଜା ଭଳି ଗାଡି ଚଳାଉଛନ୍ତି ଲୋକେ

Advertisment
ଫାଙ୍କା ଅଛି ମାଡିଚାଲ... ରାଜଧାନୀର ଅନେକ ରାସ୍ତାରେ ବିନା ହେଲମେଟରେ ରାଜା ଭଳି ଗାଡି ଚଳାଉଛନ୍ତି ଲୋକେ

କନକ ବ୍ୟୁରୋ: ସେପ୍ଟେମ୍ବର ପହିଲାରେ ନୂଆ ଟ୍ରାଫିକ୍ ନିମୟ ଲାଗୁ ହେବା ପରେ ପ୍ରାୟ ୩-୪ ଦିନ ପର୍ୟ୍ୟନ୍ତ ଖୁବ୍ ଧରପଗଡ଼ ଦେଖିବାକୁ ମିଳିଥିଲା। ଲକ୍ଷ ଲକ୍ଷ ଟଙ୍କାର ଚାଲାଣ କଟିଲା, ଗାଡ଼ି ବି ଜଳିଲା । ଆଉ ଅନେକ ସ୍ଥାନରେ ଦିଶିଲା ହିଂସାର ତାଣ୍ଡବ ନୃତ୍ୟ। ହେଲେ ଏ ଧରପଗଡ କେତେ ଦିନ ରହିଲା ? ମୁଖ୍ୟମନ୍ତ୍ରୀଙ୍କ କୋହଳ ଘୋଷଣା ପରେ ଯଥା ପୂର୍ବଂ ତଥା ପରଂ... ଅର୍ଥାତ ଏବେ ସମସ୍ତେ ବିନା ହେଲମେଟରେ ଯାତ୍ରା କରୁଛନ୍ତି ।

publive-imagepublive-imagepublive-image

ରାଜଧାନୀ ଭୁବନେଶ୍ୱରରେ ବିନା ହେଲ୍ମେଟ୍ରେ ଗାଡ଼ି ଚଳାଉଛନ୍ତି ମାଳମାଳ ଚାଳକ। ସକାଳୁଆ ସମୟରେ ଟ୍ରାଫିକ୍ ନଥିବା ଦେଖି ବିନା ହେଲ୍ମେଟ୍ରେ ଯାଉଛନ୍ତି ବାଇକ୍ ଚାଳକ। ଏତେ ସବୁ ପରେ ବି ଲୋକଙ୍କ ଚେତା ପଶିନି। ଲୋକ ବୁଝିପାରିନାହାନ୍ତି ଯେ ନିୟମ ଟ୍ରାଫିକ୍ ପୁଲିସ୍ ଭୟରେ ନୁହେଁ ବରଂ ନିଜର ସୁରକ୍ଷାକୁ ଦୃଷ୍ଟିରେ ରଖି ପାଳନ କରିବା ଉଚିତ।

publive-image publive-image publive-image

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ନିୟମ ଲାଗୁ ହେବା ପରେ ଲୋକମାନଙ୍କୁ ସଚେତନ ହେବାକୁ ନିବେଦନ କରିଥିଲେ ବି କେହି ଏ କଥାକୁ ଧ୍ୟାନ ନ ଦେଇ ରାଜଧାନୀ ରାସ୍ତାରେ ମନଇଚ୍ଛା ଗାଡ଼ି ଗଡ଼ାଇ ଚାଲିଛନ୍ତି।

publive-image publive-image publive-image

ନିୟମ ଲାଗୁ ହେବା ପରେ ଟ୍ରାଫିକ୍ ପୁଲିସ୍ ଚାଳକମାନଙ୍କ ପ୍ରତି କଠୋରତା ଆଚରଣ ପ୍ରଦର୍ଶନ କରିବା ପରେ ବିଭିନ୍ନ ମହଲରୁ ଅଭିଯୋଗ ହେବା ସହ ଅନେକ ସ୍ଥାନରେ ହିଂସା ଉପୁଜିଥିଲା। ଲୋକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଟ୍ରାଫିକ୍ ନିୟମକୁ ୩ ମାସ ପାଇଁ କୋହଳ କରି ଦେଇଛନ୍ତି। ମାତ୍ର ବିଡ଼ମ୍ବନାର କଥା ହେଉଛି, ଏହି କୋହଳ ବ୍ୟବସ୍ଥାର ମନ୍ଦ ଫାଇଦା ଉଠାଉଛନ୍ତି ଲୋକେ। ଜାଣୁ ଜାଣୁ ନିଜ ଜୀବନକୁ ପାଣି ଛଡ଼ାଇ ଘରୁ ଗାଡ଼ି କାଢୁଥିବାର ଦେଖିବାକୁ ମିଳିଛି।

publive-image publive-image publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe