କରୋନାରେ ଏବେ କମ ରୋଗୀ ଯାଉଛନ୍ତି ହସପିଟାଲ୍ । ହେଲେ ଭେଣ୍ଟିଲେଟର ଓ ଆଇସିୟୁରେ ଅଛନ୍ତି ଅଧିକ ରୋଗୀ । ୩୩ ପ୍ରତିଶତ ଆଇସିୟୁ ଭର୍ତ୍ତି

137

କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ସଂକ୍ରମଣ କମିବା ପରେ ସ୍ୱାଭାବିକ ଭାବେ ହସ୍ପିଟାଲ ଉପରେ ଚାପ କମିଛି । ହେଲେ ହସ୍ପିଟାଲରେ ଥିବା ଅଧିକାଂଶ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବା ଚିନ୍ତା ବଢାଇ ଦେଇଛି । ମେଡିକାଲରେ ଭର୍ତି ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୩ ପ୍ରତିଶତ ରୋଗୀ ଆଇସିୟୁ ଓ ଭେଂଟିଲେଟରରେ ଅଛନ୍ତି । ଏପଟେ ଭୁବନେଶ୍ୱରରେ ଦୈନିକ ୨୦ରୁ ୨୫ ଜଣ ଆକ୍ରାନ୍ତ ହସ୍ପିଟାଲକୁ ଯାଉଥିବା ସୂଚନା ମିଳିଛି ।

ରାଜ୍ୟରେ ସଂକ୍ରମଣର ଗ୍ରାଫ ତଳମୁହାଁ ହୋଇଛି । କିନ୍ତୁ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଥିବା ଅଧିକାଂଶ ରୋଗୀଙ୍କ ଅବସ୍ଥା ଗୁରୁତର ହେବା ଚିନ୍ତା ବଢାଇ ଦେଇଛି ।

          ଶଯ୍ୟା         ଶଯ୍ୟା ସଂଖ୍ୟା         ରୋଗୀ ଭର୍ତି        ଶତକଡା ହାର 

ସାଧାରଣ ଶଯ୍ୟା         ୧୧,୪୩୫            ୧,୨୮୯                ୧୧.୨୭%  

ଆଇସିୟୁ/ଏଚଡିୟୁ      ୪୭୩୫               ୧,୫୬୨                ୩୨.୯୯% 

ଭେଂଟିଲେଟର           ୧୩୫୫               ୩,୮୪                   ୨୮.୩୪% 

ସିସିସି/ସିସିଏଚ          ୨୮.୬୪୭             ୧,୬୬୫                 ୫.୮୧%  

ମୋଟ ଶଯ୍ୟା            ୯୭,୪୦୩              ୪,୫୧୬                ୪.୬୪%   

ରାଜ୍ୟରେ ଏବେ ୪ ହଜାର ୫୧୬ ଜଣ ରୋଗୀ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି । ଆଉ ଚକିତ କଲା ଭଳି କଥା ହେଉଛି, ୧୫୬୨ ଜଣ ରୋଗୀ ଆଇସିୟୁରେ ଅଛନ୍ତି । ଯାହା ମୋଟ ଆଇସିୟୁର ଶଯ୍ୟାର ୩୨ ଦଶମିକ ୯୯ ପ୍ରତିଶତ । ସେହିପରି ଭେଂଟିରରେ ୩୮୪ ଆକ୍ରାନ୍ତ ରହିଛନ୍ତି । ଯାହା ମୋଟ ଭେଂଟିଲେଟରର ୨୮.୩୪ ପ୍ରତିଶତ । ମେଡିକାଲରେ ଭର୍ତି ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ଆକ୍ରାନ୍ତ ଭେଂଟିଲେଟର ଓ ଆଇସିୟୁରେ ରହିବା ଚିନ୍ତା ବଢାଇ ଦେଇଛି ।

ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ୪ହଜାର ୫୧୬ ଆକ୍ରାନ୍ତଙ୍କ ମଧ୍ୟରୁ ୧ହଜାର୯୪୬ ଜଣ ଆଇସିୟୁ ଓ ଭେଂଟିଲେଟରରେ ରହି ଚିକିତ୍ସିତ ହେଉଛନ୍ତ୍ି । ହସ୍ପିଟାଲରେ ଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩ ପ୍ରତିଶତ ରୋଗୀ ଆଇସିୟୁ ଓ ଭେଂଟିଲେଟରରେ ରହିବା ଚିନ୍ତାଜନକ ଖବର । ଗୋଟିଏ ପଟେ ସଂକ୍ରମଣ କମୁଛି, ସଂକ୍ରମଣ ହାର ମଧ୍ୟ ୩ ପ୍ରତିଶତ ତଳକୁ ଖସିିଛି । କିନ୍ତୁ ଅନେକ ଗୁରୁତର ରୋଗୀ ଆଇସିୟୁ ଓ ଭେଂଟିଲେଟରରେ ଅଛନ୍ତି  ।

ରାଜ୍ୟରେ ୯୭,୪୦୩ କରୋନା ବେଡ ରହିଥିବା ବେଳେ ମାତ୍ର ୪ ଦଶମିକ ୬୪ ଶଯ୍ୟାରେ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ସଂକ୍ରମଣ କମିବା ପରେ ହସ୍ପିଟାଲ ଉପରେ ମଧ୍ୟ ଚାପ କମିଛି ।