ବର୍ଷ  ବର୍ଷ ଧରି ଗୋଟିଏ ବିଭାଗରେ ରହିଛନ୍ତି ଓଏଏସ୍ ଅଫିସର । ନିୟମ ଉଲଂଘନ କରି ଗୋଟିଏ ଜାଗାରେ ରହିଛନ୍ତି ଏକାଧିକ ଓଏଏସ୍  ।

635

କନକ ବ୍ୟୁରୋ: ସରକାର ବଦଳିଛି ୨୪ ବର୍ଷରେ । ଏହା ଲୋକଙ୍କ ଉପରେ ନିର୍ଭର କରେ । କିଏ ସରକାରରେ ରହିବ, କିଏ ବିରୋଧୀ ଦଳରେ ରହିବେ । କିନ୍ତୁ ଜଣେ ବାବୁ ଗୋଟିଏ ପଦରେ ସର୍ବାଧିକ ୩ ବର୍ଷ ରହିପାରିବାର ନିୟମ ରହିଛି । ଆପଣ କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଲୋକସେବା ଭବନରେ ଗୋଟିଏ ବିଭାଗରେ ଦୀର୍ଘ ବର୍ଷ ହେବ ଗୋଟିଏ ପଦରେ ଜଣେ ଜଣେ ରହିଛନ୍ତି । ପୂର୍ବରୁ ଆଇଏଏସ ଅଧିକାରୀଙ୍କ ନାମରେ ଏପରି ଅଭିଯୋଗ ରହିଥିଲା । ଏବେ କିନ୍ତୁ ଅଭିଯୋଗ ଆସିଛି ଓଏଏସ୍ ଅଧିକାରୀଙ୍କ ନାମରେ । ରାଜ୍ୟ ସରକାରଙ୍କ ଗେହ୍ଲା ପୁଅ, ଝିଅ ଭଳି ଏମାନେ ଗୋଟିଏ ପଦରେ ରହିଛନ୍ତି । ଏବେ ଆମେ ଆପଣଙ୍କ ସାମ୍ନାରେ ଗୋଟିଏ ଗୋଟିଏ ତଥ୍ୟ ରଖୁଛୁ ।

ରବୀନ୍ଦ୍ର ସେଠୀ:

ପୂର୍ବତନ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀଙ୍କ ସ୍ୱାମୀ

୨୦୧୬ରୁ ସାଧାରଣ ପ୍ରଶାସନ ବିଭାଗରେ ଦାୟିତ୍ୱ ମିଳିଛି

ଅନୌପଚାରିକତା ଭାବରେ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ କାମ କରି ଆସୁଥିଲେ

ଏବେ ଓଏସଡି ଭାବରେ ସାଧାରଣ ପ୍ରଶାସନ ବିଭାଗର ଦାୟିତ୍ୱରେ

 

ନିବେଦିତା ପୃଷ୍ଟି:

ଗୃହ ବିଭାଗରେ ୨୦୧୮ରୁ ଅଛନ୍ତି

ଗୋଟିଏ ପଦରେ ଯୁଗ୍ମ ସଚିବରୁ ସ୍ୱତନ୍ତ୍ର ସଚିବ ପଦୋନ୍ନତି ହେଇଛି

ହେଲେ ପଦବୀ ପରିବର୍ତ୍ତନ ହେଉନି

 

ସୁମିତ୍ରା ସେନାପତି:

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୭ ବର୍ଷ ହେଲା ନିୟୋଜିତ

 

ଶୁଭାନନ୍ଦ ମହାପାତ୍ର:

ବିଗତ ୧୦ ବର୍ଷ ହେବ ସ୍ୱାସ୍ଥ୍ୟ ବିଭାଗରେ

ଡାକ୍ତରଙ୍କ ପୋଷ୍ଟିଂର ତଦାରଖ କରନ୍ତି

 

ବବିତା ମହାନ୍ତି:

ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ସଚିବ

ବିଗତ ୭ ବର୍ଷ ହେବ ଗୋଟିଏ ବିଭାଗରେ ଅଛନ୍ତି

 

ସ୍ୱୟଂପ୍ରଭା ମହାନ୍ତି:

ପଂଚାୟତରାଜ ବିଭାଗର ବିଗତ ୧୦ ବର୍ଷ ହେବ ରହିଛନ୍ତି

 

କୂଳମଣି ମିଶ୍ର:

୨୦୧୩ରୁ ଏପର୍ଯ୍ୟନ୍ତ ଅର୍ଥାତ୍ ୧୧ ବର୍ଷ ହେବ ପଂଚାୟତରାଜ ବିଭାଗରେ ରହିଛନ୍ତି

 

ଶାନ୍ତନୁ କୁମାର ସାହୁ:

୨୦୧୬ରୁ ଅର୍ଥ ବିଭାଗରେ ରହିଛନ୍ତି

 

ସାରଦା ପଣ୍ଡା:

ଗୃହ ଏବଂ ନଗର ଉନ୍ନୟନ ବିଭାଗରେ ୮ ବର୍ଷ ହେଲା ଗୋଟିଏ ବିଭାଗରେ

 

ଆଦିତ୍ୟ କୁମାର ମହାପାତ୍ର:

୨୦୧୯ରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ (ନବୀନ ନିବାସ)ରେ କାର୍ଯ୍ୟରତ ଓଏଏସ୍