କଟକ ଆଇଆଇଏଫଏଲ ସଂସ୍ଥାରୁ ସୁନା ଲୁଟ୍ ଘଟଣାରେ ସାମ୍ନାକୁ ଆସିବେ ଆହୁରି ଅନେକ ନୂଆ ଚେହେରା । ଡିସିପିଙ୍କ ସୂଚନା, ଅଭିଯୁକ୍ତ ଲାଲା ସହ ମଣପୁରମ୍ ଗୋଲ୍ଡ ଲୋନ ମ୍ୟାନେଜରଙ୍କର ସଂପୃକ୍ତି ନେଇ ମିଳିଛି ପ୍ରମାଣ

144

କନକ ବ୍ୟୁରୋ : କଟକ ସୁନା ଋଣ ସଂସ୍ଥା ଆଇଆଇଏଫଏଲରୁ ଲୁଟ ମାମଲାରେ ନୂଆ ଲିଙ୍କ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ମାଣାପୁରମ୍ମ ଗୋଲ୍ଡ ଲୋନ ସଂସ୍ଥାର ମ୍ୟାନେଜରଙ୍କୁ ପୋଲିସ ଉଠାଇ ନେଇଛି । ଗତକାଲି ତାଙ୍କର ବିବାହ ହେବାର ଥିଲା ଏହା ପୂର୍ବରୁ ତାଙ୍କୁ ଉଠାଇ ନେଇଛି କମିଶନରେଟ ପୋଲିସ । ଲୁଟ ସୁନାକୁ ଲୁଚାଇ ରଖିଥିବା ନେଇ ତାଙ୍କୁ ପଚରାଉଚରା କରାଯାଉଥିବା ଜଣାପଡିଛି ।

ସେପଟେ ଲୁଟେରାଙ୍କୁ ଧରି ଲୁଟ ଘଟଣାର ରୂପାନ୍ତରଣ କରୁଛି କମିଶନରେଟ ପୋଲିସ । କିଭଳି କଟକ ନୟାସଡକ ଅଂଚଳରେ ଥିବା ଆଇଆଇଏଫଏଲ ସୁନା ଋଣ ସଂସ୍ଥାରୁ ହୋଇଥିଲା ଲୁଟ, ତାର ପୁରା ପ୍ରକ୍ରୀୟା ଜାଣିବା ପାଇଁ ପୋଲିସ ସିନ ରିକ୍ରିଏସନ ଚଳାଇଛି । ପୁରା ଅପରାଧର ପ୍ରତ୍ୟେକ ଖିଅକୁ ଯୋଡିବା ପାଇଁ ପୋଲିସ ତଦନ୍ତର ଏହା ଏକ ପ୍ରକ୍ରୀୟା । ଏପର୍ଯ୍ୟନ୍ତ ଲୁଟ ମାମଲାରେ ୬ଜଣଙ୍କୁ ଗିରଫ କରିସାରିଛି କଟକ ପୋଲିସ ।

ସେପଟେ କଟକ ଆଇଆଇଏଫଏଲ ଲୁଟ ମାମଲାର ପର୍ଦ୍ଦାଫାସ ପରେ ସକ୍ରୀୟ ହୋଇଉଠିଛି ରାଉରକେଲା ପୋଲିସ । ରାଉରକେଲା ଆଇଆଇଏଫଏଲ ଲୁଟ ମାମଲାର ପୁଣି ତଦନ୍ତ ଆରମ୍ଭ କରିଛି ପୋଲିସ । ଏଥିପାଇଁ କମିଶନରେଟ ପୋଲିସ ସହ ଯୋଗାଯୋଗରେ ଥିବା ରାଉରକେଲା ପୋଲିସର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ପୋଲିସ ଟିମ କଟକ ଗସ୍ତ କରି ତଥ୍ୟ ସଂଗ୍ରହ କରିବା ସହ ବିଭିନ୍ନ ଦିଗକୁ ଆଧାର କରି ଖୁବଶୀଘ୍ର ନିଷ୍କର୍ସରେ ପହଂଚିବ ବୋଲି କନକ ନ୍ୟୁଜ୍ କୁ ସୂଚନା ଦେଇଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ।

୨୦୧୬, ଜୁଲାଇ ୮ ତାରିଖ ତାରିଖରେ ଠିକ୍ କଟକ ଭଳି ରାଉରକେଲା ମଧୁସୂଧନ ମାର୍ଗରେ ଥିବା ଇଣ୍ଡିଆ ଇନଫୋଲାଇନ ଫାଇନାନ୍ସ ଲିମିଟେଡ ବା ଆଇଆଇଏଫଏଲର ଶାଖାରୁ ୧୬ କିଲୋ ସୁନା ଚୋରି ହୋଇଥିଲା । ସେତେବେଳେ ବି ଠିକ କଟକ ଭଳି ସୁନା ଋଣ ସଂସ୍ଥାର କାର୍ଯ୍ୟାଳୟରେ ସିସିଟିଭି ଅଚଳ ଥିଲା, ସାଇରନ୍ ବି ବାଜୁ ନଥିଲା । ଏମିତିକି ସୁରକ୍ଷା କର୍ମୀ ବି ନଥିଲେ । ରିପୋର୍ଟ ଅନୁସାରେ ୬ ଜଣ ମୁଖାପିନ୍ଧା ଯୁବକ ସଂସ୍ଥା ଭିତରେ ପଶି ବନ୍ଧୁକ ଦେଖାଇ ୧୬ କିଲୋ ସୁନା ଲୁଟି ନେଇଗଲେ । ଯାହାର ଆଜି ଦିନର ମୂଲ୍ୟ ହେବ ପ୍ରାୟ ୮ କୋଟି ଟଙ୍କା ।