ନକଲି ସସ୍ ବିକ୍ରି କରୁଥିଲେ ହୁସିଆର! ଏଣିକି ଲଗାତାର ଚଢ଼ାଉ କରିବ ଖାଦ୍ୟ ନିରାପତ୍ତା ବିଭାଗ ,ସ୍କାନରରେ ଅନେକ ନକଲି କମ୍ପାନୀ

Advertisment
ନକଲି ସସ୍ ବିକ୍ରି କରୁଥିଲେ ହୁସିଆର! ଏଣିକି ଲଗାତାର ଚଢ଼ାଉ କରିବ ଖାଦ୍ୟ ନିରାପତ୍ତା ବିଭାଗ ,ସ୍କାନରରେ ଅନେକ ନକଲି କମ୍ପାନୀ

କନକ ବ୍ୟୁରୋ: ସସ ବୋତଲକୁ ୧୬ଟଙ୍କା। ଭୁବନେଶ୍ୱର ମାର୍କେଟରେ ଶସ୍ତା ରେ ବିକ୍ରି ହେଉଥିଲା ନକଲି ସସ୍। ସସ ରେ ମିଶୁଥିଲା କାରଖାନାରେ ବ୍ୟବହାର ହେଉଥିବା କେମିକାଲ କ୍ୟାପସିଓ ଓଲିଓଗୋରିଜିମ। ରାଜଧାନୀରେ ଅମ୍ରିତା ଫୁଡ ନା ରେ ଚଳାଉଥିବା ନକଲି ସସ କାରଖାନା ବିଷୟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ସସରେ ମିଶାଯାଉଥିଲା କୁତ୍ରିମ ରଙ୍ଗ, ଆସିଟିକ ଏସିଡ, ସୋଡିୟମ ବେଞ୍ଜୋଭାଇଡ, କର୍ଣ୍ଣ ଫ୍ଲୋର। ତେବେ ନକଲି ସସ୍ ବିକ୍ରି କରୁଥିଲେ ହେଇଯାଆନ୍ତୁ ସାଵଧାନ। ଖାଦ୍ୟ ନିରାପତ୍ତା ବିଭାଗର ସ୍କାନରରେ ରହିଛି ଅନେକ ନକଲି କମ୍ପାନୀ। ଏଣିକି ନିୟମିତ ଭାବେ ଚଢ଼ାଉ କରିବ ଖାଦ୍ୟ ନିରାପତ୍ତା ବିଭାଗ। ଦହିବରା, ଫାଷ୍ଟ ଫୁଡ ଦୋକାନୀଙ୍କ ଭଳି ରେଜିଷ୍ଟ୍ରେଶନ କରିଦେଇ ଏତେ ବଡ଼ ନକଲି ସସ୍ କାରଖାନା ଚଳାଇଥିଲା ଅମ୍ରିତା ଫୁଡ୍।

ସେପଟେ ନକଲି ସସ୍ ବିକ୍ରି କରୁଥିବା ଦୋକାନୀଙ୍କୁ ସତର୍କ କରିଛି ଖାଦ୍ୟ ନିରାପତ୍ତା ବିଭାଗ। ଖାଦ୍ୟ ନିରାପତ୍ତା ବିଭାଗର ସ୍କାନରରେ ଅନେକ ନକଲି କମ୍ପାନୀ । ସାରା ରାଜ୍ୟ ରେ ଏ ନେଇ ଚଢ଼ାଉ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ନିରାପତ୍ତା ବିଭାଗ ନିର୍ଦେଶକ। ସେପଟେ ଅପମିଶ୍ରଣ ରୋକିବାକୁ ଜୋରଦାର ଚଢାଉ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଖାଉଟି କଲ୍ୟାଣ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe