ମାଡି ଆସୁଛି ବାତ୍ୟା ୟାସ । ବିଭିନ୍ନ ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷାର ଚେତାବନୀ

528

କନକ ବ୍ୟୁରୋ: ଅତି ଭୀଷଣ ବାତ୍ୟାର ରୂପ ନେଇଛି ସାମୁଦ୍ରିକ ବାତ୍ୟା ୟାସ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ୨୬ ତାରିଖ ସକାଳ ୮ଟା ୩୦ ଯାଏଁ ଗଞ୍ଜାମ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ପୁରୀ ଖୋର୍ଦ୍ଧା ,କଟକ. ଯାଜପୁର ଓ ମୟୁରଭଞ୍ଜରେଅରେଞ୍ଜ ୱାର୍ଣ୍ଣିଂ ଅର୍ଥାତ ପ୍ରବଳରୁ ଅତିପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ସେହିଭଳି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱରରେ ରେଡ ୱାର୍ଣ୍ଣିଂ ଦିଆଯାଇଛି ।

ୟାସ ଯେତିକି ସ୍ଥଳଭାଗ ଆଡକୁ ମୁହାଁଇବ ଉପକୂଳବର୍ତୀ ଓ ଉତର ଓଡିଶାରେ ବର୍ଷା ବଢିବ । ୨୬ ତାରିଖ ସକାଳ ୮ଟା ୩୦ରୁ ୨୭ ତାରିଖ ସକାଳ ୮ଟା ୩୦ ଯାଏଁ ବିଭିନ୍ନ ଜିଲ୍ଲାରେ ବି ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ, ସୁନ୍ଦରଗଡରେ ୟେଲୋ ୱାର୍ଣ୍ଣିଂର ଚେତାବନୀ ଦିଆଯାଇଛି । ସେହିଭଳି କଟକ, ଜଗତସିଂହପୁର,କେନ୍ଦ୍ରାପଡା. ଯାଜପୁର .ଭଦ୍ରକ ,ବାଲେଶ୍ୱର. ଢେଙ୍କାନାଳ, କେନ୍ଦୁଝର ଓ ମୟୁରଭଞ୍ଜରେ ରେଡ ୱାର୍ଣ୍ଣିଂ ଜାରି ହୋଇଛି ।

ତେବେ ଲ୍ୟାଣ୍ଡଫଲ ପରେ ୨୭ ତାରିଖରୁ ବିଭିନ୍ନ ଜିଲ୍ଲାରେ ବର୍ଷାର କମିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।