କନକ ବ୍ୟୁରୋ : ଫିକା ପଡ଼ିଲା ବିବାହ ଉତ୍ସବ । ଦୁଃଖରେ ପରିଣତ ହେଲା ବିବାହର ଖୁସି । ହଳଦି ରସମ୍ ବେଳେ ଚାଲିଗଲା ୧୩ ଜଣଙ୍କ ଜୀବନ । ଏପରି ଏକ ଦୁଃଖଦ ଖବର ଆସିଛି ଉତରପ୍ରଦେଶ କୁଶୀନଗର ଅଂଚଳରୁ । ଗତକାଲି ରାତି ପାଖାପାଖି ୮ଟା ୩୦ରେ ହଳଦି ରସମ୍ ଚାଲିଥିଲା । ସୂଚନା ଅନୁସାରେ ଏକ କୂଅରେ ପଡ଼ିଥିବା ସ୍ଲାବରେ ବସି ମହିଳାମାନେ ପୂଜା କରୁଥିଲେ । ଏହି ସମୟରେ ସ୍ଲାବଟି ଭାଂଗି ଯାଇଥିଲା ।
କୂଅରେ ବସିଥିବା ମହିଳାମାନେ ଖସି ପଡ଼ିଥିଲେ । ଫଳରେ ୧୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଏଥିରେ ୯ ଜଣ ଛୋଟ ପିଲା ଅଛନ୍ତି । ଛୋଟ ପିଲାଙ୍କ ବୟସ ୫ରୁ ୧୫ ବର୍ଷ ମଧ୍ୟରେ ହେବ । ହସ୍ପିଟାଲରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । କୁହାଯାଉଛି ଏହି ହଳଦି ରସମ୍ ପାଇଁ ପାଖାପାଖି ୫୦ରୁ ୬୦ ଜଣ ମହିଳା ଏକାଠି ହୋଇଥିଲେ ।
ପାଖାପାଖି ୩୫ ଜଣ ମହିଳା କୁଅ ଭିତରକୁ ଖସିପଡ଼ିଥିଲେ । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହିତ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/3-30.jpg)