କରୋନା କାଳରେ ଅଭାବନୀୟ ଘଟଣା । ଗଙ୍ଗାରେ ଭାସୁଛି କୁଢ଼ କୁଢ଼ ଶବ । ଉତ୍ତର ପ୍ରଦେଶ ପ୍ରୟାଗରାଜ ସଂଗମ ଅଂଚଳରୁ ଆସିଲା ଛାତିଥରା ଦୃଶ୍ୟ

1,736

କନକ ବ୍ୟୁରୋ: ଦେଶରେ ଗତ ତିନି ଦିନ ହେବ ତଳକୁ ଖସୁଛି କରୋନା ଗ୍ରାଫ୍ । ଏପରି ଭଲ ଖବର ଭିତରେ ବର୍ତମାନ ଦୈନିକ ମୃତ୍ୟୁ ସଂଖ୍ୟା କିନ୍ତୁ କମୁନି । ବର୍ତମାନ ଗଙ୍ଗାନଦୀ କୂଳରେ କୁଢ କୁଢ ଶବ ଭାସୁଥିବା ଚିତ୍ର ଆସୁଛି ସାମ୍ନାକୁ । ଉତରପ୍ରଦେଶର ପ୍ରୟାଗରାଜରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ନଦୀ ପଠାରେ ପଡିଛି ଶବ, ଗଙ୍ଗୀ ନଦୀ କୂଳରେ ପଡିଛି ଶବ । ଏହି ଘଟଣା ପରେ ଆତଙ୍କିତ ହୋଇପଡିଛନ୍ତି ସ୍ଥାନୀୟ ଲୋକେ ।

କେଉଁଠାରେ ଶବ ପୋତା ଯାଇଛି , କେଉଁଠି ଅଧା ପୋତା ଅବସ୍ଥାରେ ରହିଛି । ଆଉ କିଛି ସ୍ଥାନରେ ଅବସ୍ଥା ଯାହା ଆମେ ଆପଣଙ୍କୁ ବି ଦେଖାଇ ପାରିବୁନି । ଏପରି ଚିତ୍ର ଦେଖିବାକୁ ମିଳିଛି ଉତରପ୍ରଦେଶର ପ୍ରୟାଗରାଜ ସଂଗମ ଅଂଚଳରେ । କରୋନା କାଳରେ ଗଙ୍ଗା ନଦୀରେ ଭାସୁଛି ଶବ, ଗଙ୍ଗା ନଦୀ କୂଳରେ ବି ଗଡୁଛି ଶବ ।

ଗତ କିଛି ଦିନ ତଳେ ଗଙ୍ଗା ନଦୀ କୂଳରେ ଅନେକ କରୋନା ମୃତକଙ୍କ ଶବ ଭାସୁଥିବା ନେଇ ଜାତୀୟ ଗଣମାଧ୍ୟମରେ ବି ରିପୋର୍ଟ ଆସିଥିଲା । କରୋନା କାଳରେ ଶବକୁ ମିଳୁନି କାନ୍ଧ । ଏପରି ସମୟରେ ଗଙ୍ଗା ନଦୀରେ ଶବ ଫିଙ୍ଗି ଦିଆଯାଉଥିବାରୁ ଏପରି ଅବସ୍ଥା ବୋଲି ଚର୍ଚା ବି ହୋଇଥିଲା । ପ୍ରଶ୍ନ ଉଠୁଛି କରୋନା ମୃତକଙ୍କ ଶବ ଏପରି ନଦୀରେ ଭାସିବା ବା ନଦୀ କୂଳରେ ଖୋଲା ପଡିବା ଦ୍ୱାରା ସଂକ୍ରମଣ ବଢାଇବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛିା

ଦେଶରେ ଉତରପ୍ରଦେଶରେ କରୋନା ସ୍ଥିତି ଉପରମୁହାଁ ରହିଛି । ଏପରି ସମୟରେ ଗଙ୍ଗାନଦୀରେ ଶବ ଭାସୁଥିବା ଘଟଣା ସାମ୍ନାକୁ ଆସିବା ପରେ ତଳମୁଣ୍ଡରେ ପଶ୍ଚିମବଙ୍ଗ ସରକାର ମଧ୍ୟ ଅଧିକ ସତର୍କତା ଅବଲଂବନ କରିଛନ୍ତି ।